ବିଶ୍ୱସ୍ତରୀୟ ଚିଲଡ୍ରେନ୍ ଟ୍ରାଫିକ୍ ଟ୍ରେନିଂ ପାର୍କ ଆରମ୍ଭ

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିଃ. ପକ୍ଷରୁ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ଚିଲଡ୍ରେନ୍ ଟ୍ରାଫିକ୍ ଟ୍ରେନିଂ ପାର୍କ ହାଇଦ୍ରାବାଦ୍ର ରାଚାକୋଣ୍ଡାଠାରେ ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ସ୍ଥାନୀୟ ପୋଲିସର ସହାୟତାରେ ଏହା କାର୍ଯ୍ୟ କରିବ । ଏହାକୁ ମିଶାଇ ହିରୋ ମୋଟୋକର୍ପର ଦେଶରେ ୯ଟି ଟ୍ରାଫିକ୍ ଟ୍ରେନିଂ ପାର୍କର୍ ରହିଛି । ଏହାଦ୍ୱାରା ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତା ସମ୍ପ୍ରସାରଣ କରାଯାଉଛି । ସ୍କୁଲର ଉଦ୍ଘାଟନ ତେଲେଙ୍ଗାନାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଇପିଏସ୍ ଜିତେନ୍ଦ୍ର କରିଛନ୍ତି । ଏହି ଅବସରରେ ରାଚାକୋଣ୍ଡା ପୋଲିସ କମିଶନର୍ ଆଇପିଏସ୍ ମହେଶ ଏମ୍. ଭାଗୱତ୍,ରାଚାକୋଣ୍ଡାର ଅତିରିକ୍ତ ସିପି-ଟ୍ରାଫିକ୍ ଜି. ସୁଧୀର ବାବୁ ଏବଂ ହିରୋ ମୋଟୋ କର୍ପ ସିଏସ୍ଆର୍ ପରାମର୍ଶଦାତା ରାଜେଶ ମୁଖାର୍ଜୀ ଉପସ୍ଥିତ ଥିଲେ । ଏହି ଅବସରରେ ହିରୋ ମୋଟୋକର୍ପ ଲିଃ.ର ସିଏସ୍ ଆର୍, ସିଆଇଓ ଏବଂ ସିଏଚ୍ଆର୍ଓ ମୁଖ୍ୟ ବିଜୟ ସେଠୀ କହିଲେ, “ ହିରୋ ମୋଟୋକର୍ପ ଶ୍ରେଷ୍ଠ ବିକ୍ରି ତଥା ବିକ୍ରି ପରବର୍ତୀ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । କମ୍ପାନୀ ସଡ଼କ ସୁରକ୍ଷା ପ୍ରତି ବେଶ୍ ସଚେତନ । ହାଇଦ୍ରାବାଦ୍ରେ ଏନେଇ ଚିଲଡ୍ରେନ୍ ଟ୍ରାଫିକ୍ ଟ୍ରେନିଂ ପାର୍କର ଆରମ୍ଭ କରାଯାଇଛି । ଫଳରେ ଛୋଟ ପିଲାଙ୍କ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସମ୍ଭବ ହୋଇପାରିବ ।ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବା ସହିତ ଗ୍ରାହକ ସନ୍ତୁଷ୍ଟି ଯୋଜନାକୁ ରୁଦ୍ଧିମନ୍ତ କରିପାରିବ । ଚିଲଡ୍ରେନ୍ ଟ୍ରାଫିକ୍ ଟ୍ରେନିଂ ପାର୍କ ଦ୍ୱାରା ଗାଡ଼ି ଚାଳନା ସମୟରେ ବହୁବିଧ ସୁରକ୍ଷା ତଥ୍ୟ ସମ୍ପର୍କରେ ଛୋଟ ପିଳାଙ୍କୁ ଅବଗତ କରାଯାଇପାରିବ । ପଞ୍ଜିକୃତ କ୍ଲବ୍ ସହାୟତାରେ ଚିଲଡ୍ରେନ୍ ଟ୍ରାଫିକ୍ ଟ୍ରେନିଂ ପାର୍କ ପକ୍ଷରୁଚ ନିୟମିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥାଏ । ୟସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ହିରୋ ମୋଟୋକର୍ପ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଉଛି । ଇତି ମଧ୍ୟରେ ହିରୋ ମୋଟୋ କର୍ପ ପକ୍ଷରୁ ଗୁରୁଗ୍ରାମ୍, ଦିଲ୍ଲୀ, ରାଉରକେଲା, ଲକ୍ଷେ୍ନ, ହାଇଦ୍ରାବାଦ୍, ନାସିକ୍, ନାଗପୁର ଏବଂ ବିାସପୁରଠାରେ ଟ୍ରାଫିକ୍ ଟ୍ରେନିଂ ପାର୍କ ସ୍ଥାପନ କରାଯାଇଛି ।ସଡ଼କ ସୁରକ୍ଷା ପାଇଁ ହିରୋ ମୋଟୋ କର୍ପ ପକ୍ଷରୁ ଭାମ୍ୟମାଣ ସୁରକ୍ଷା ଭ୍ୟାନ୍ର ଆରମ୍ଭ କରାଯାଇଛି । ଏହା ଗୁରୁଗ୍ରାମ୍ରେ ଦୁର୍ଗମ ଅଂଚଳରେ ଥିବା ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ