ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ସ୍ଥାନୀୟ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ କେନ୍ଦ୍ରାପଡା ବିଶ୍ୱ ହିନ୍ଦୁପରିଷଦ ଜିଲ୍ଲା ସଭାପତିି ବାନାମ୍ବର ସାହୁଙ୍କ ସଭାପତିତ୍ୱରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ, ବିଶ୍ୱ ହିନ୍ଦୁପରିଷଦର ପ୍ରତିଷ୍ଠା ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ବୈଠକରେ ମନ୍ଦିରର ସେବକ ମହାରାଜ କୃଷ୍ଣଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ, ବଜରଂଗ ଦଳ ଏବଂ ନଗର ବଜରଂଗ ଦଳ ଟୋଲିର କେତେକ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ନୂତନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ସହ ସମ୍ପାଦକ ଭାବେ ସ୍ମୃତି ଅନୁପମ ସେଠୀ, ମାତୃଶକ୍ତି ପ୍ରମୁଖ ଭାବେ ରୋଜାଲି ରଶ୍ମିତା ନାୟକ, ସହମାତୃଶକ୍ତି ପ୍ରମୁଖ ଭାବେ ନିରୁପମା ତରାଇ ଓ ଶଶ୍ମିତା ପଣ୍ଡା, ସାମାଜିକ ସମରସତ୍ତା ପ୍ରମୁଖ ଭାବେ ସନାତନ ମହାନ୍ତି, ପ୍ରଚାର ଓ ପ୍ରସାର ସହ ପ୍ରମୁଖ ମଦନ ପତି, ଜିଲ୍ଲା ବଜରଂଗ ଦଳ ସପ୍ତାହିକ ମିଳନ ପ୍ରମୁଖ ପ୍ରିୟରଞ୍ଜନ କର, ନଗର ବିଶ୍ୱହିନ୍ଦୁ ପରିଷଦର ଉପସଭାପତି ଭାବେ ଲୋକନାଥ ସାହୁ, ସହ ସମ୍ପାଦକ ସଂଜୟ କୁମାର ଦାସ ଓ ଗୁରୁ ଚରଣ ବେହେରା, ଦୁର୍ଗାବାହିନୀ ପ୍ରମୁଖ ବିଷ୍ଣୁପ୍ରିୟା ସୁଆର, ନଗର ବଜରଂଗ ଦଳର ସହ ସଂଯୋଜକ ଭାବେ ନୀଳକଣ୍ଠ ସ୍ୱାଇଁ, ସୁଧିର କୁମାର ଦାସ, ବିଶ୍ୱନାଥ ମହାରଣା, ନଗର ମହାବିଦ୍ୟାଳୟ ପ୍ରମୁଖ ଭାବେ ଗୌତମ ସାହୁ, ସପ୍ତାହିକ ମିଳନ ପ୍ରମୁଖ ଚନ୍ଦନ କୁମାର ମହାନ୍ତି, ବଳ ଉପାସନା ପ୍ରମୁଖ ସୂର୍ଯ୍ୟକାନ୍ତ ନାୟକ, ଗୋରକ୍ଷା ପ୍ରମୁଖ ଶଙ୍କର ସାହୁ, ସୁରକ୍ଷା ପ୍ରମୁଖ ଭାବେ ଦୁର୍ଗା ଚରଣ ଦାସ, ସହ ସୁରକ୍ଷା ପ୍ରମୁଖ ସୋମନାଥ ମହାନ୍ତି ଓ ଜଗନ୍ନାଥ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ବୀରେନ୍ଦ୍ର ସାମଲ, ଉପସଭାପତି ପ୍ରଭାତ ଦାସ, ସହ ସମ୍ପାଦକ ଅଜିତ କୁମାର ଦାସ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମହାନ୍ତି, ବଜରଂଗ ଦଳ ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନା, ସହସଂଯୋଜକ ନିରଞ୍ଜନ ସୁଆର, ମହାବିଦ୍ୟାଳୟ ପ୍ରମୁଖ ଲୋକନାଥ ଦାସ, ନଗର ବଜରଂଗ ଦଳର ସଂଯୋଜକ ସୁକୁମାର ଦାସ, ସହ ସଂଯୋଜକ ସୌମ୍ୟ ରଞ୍ଜନ କର, ସଦର ପ୍ରଖଣ୍ଡ ସଂଯୋଜକ ଯଶପାଲ ସୁତାର, ମିଲନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ