ବିଶ୍ୱହିନ୍ଦୁ ପରିଷଦ ସଦସ୍ୟଙ୍କ ଦେହାନ୍ତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ବିଶିଷ୍ଟ ଧର୍ମାନୁରାଗୀ ତଥା ବିଶ୍ବହିନ୍ଦୁ ପରିଷଦର ସକ୍ରିୟ ସଦସ୍ୟ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ୮୬ବର୍ଷ ବୟସରେ ପରଲୋକ ଗମନ କରିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ସ୍ବର୍ଗତ ମହାପାତ୍ର ଡାକ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ। ବିଶେଷ କରି ଗ୍ରାମରେ ରାମକୃଷ୍ଣ ସେବାଶ୍ରମ, ରାମକୃଷ୍ଣ କ୍ଲବ, କୁଲଣା ପୋଷ୍ଟଅଫିସ ଓ ପ୍ରହରାଜ ରାଧାକାନ୍ତ ଠାକୁର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଗ୍ରାମରେ ପହଂଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ରାଧାକାନ୍ତ ମୁଖାଗ୍ନି ଦେଇଥିଲେ ।


