ବିଶ୍ୱାସ ହରାଉଛି ବିଏସଏନଏଲ ସେବା
ବୌଦ୍ଧ, (ଯୁଗାବ୍ଦ ନ୍ୟୁଜ) ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଅଚଂଳରେ ଟେଲିଫୋନ ସେବା ଯୋଗାଇ ଦେଉଥିବା ବିଏସଏନଏଲ ଉପରୁ ଲୋକଙ୍କ ଭରଷା ତୁଟିବାକୁ ବସିଛି । କାରଣ ଆଜକୁ ୩ ବର୍ଷରୁ ଉର୍ଦ୍ଧ ସମୟ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଏସଏନଏଲ ସେବା ତ ଦୁରର କଥା ଇଂଟରନେଟ ସେବା ମଧ୍ୟ କେତେବେଳେ ମିଳୁଛି କେତେବେଳେ ନାହିଁ ତାହା କହିବା ଉପଭୋକ୍ତା ଙ୍କ ପାଇଁ କଷ୍ଟକର ହୋଇପଡିଛି । ଜିଲ୍ଲାର ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ କି ଆଜି ଯାଏଁ ଟେଲିଫୋନ ସେବା ପହଚିଂ ପାରିନି ଆଉ ଯେଉଁଠାରେ ବି ଟେଲିଫୋନ ସେବା ଯୋଗାଇ ଦିଆଯାଉଥିଲା ସେଠାରେ ନିରବଛିନ୍ନ ଭାବେ ସେବା ଯୋଗାଇବା ତ ଦୁରର କଥା ଦୈନିକ ଦୁଇଘଂଟା ସମୟ ସେବା ପାଇବା ଉପଭୋକ୍ତା ଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ଦୁର୍ଗମ,ଉପାନ୍ତ ତଥା ମାଓ ଅଧ୍ୟୂଷିତ ଅଚଂଳଭାବେ ଜଣାଶୁଣା ହରଭଙ୍ଗା ବ୍ଲକର ଆଡେଣିଗଡ ପଂଚାୟତରେ । ସୁଚନା ମୁତାବକ ଆଡେଣୀଗଡ ପଂଚାୟତର ସଦର ମହକୁମାରେ ରହିଥିବା ୫ ହଜାରରୁ ଉର୍ଦ୍ଧ ଜନବସତି ଏବଂ ନିକଟସ୍ଥ କାଲିମାଟି,କଣ୍ଡରା,କାଚପାଜୁ,କରଡାକୋଠା,ରାଣିଗଞ୍ଜ,କୁଚପାଜୁ,ସୁଲକେଟି ଭଳି ୧୫ ରୁ ଉର୍ଦ୍ଧ ଗ୍ରାମର ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କୁ ମୋବାଇଲ ଫୋନ ସେବା ଯୋଗାଇଦେବା ନିମନ୍ତେ ୨୦୦୯ ମସିହାରୁ ଏକ ବିଏସଏନଏଲ ଟାଓାର ସ୍ଥାପିତ କରାଯାଇଥିଲା । ପଂଚାୟତରେ ରାଜସ୍ୱନିରିକ୍ଷକ ଙ୍କ କାର୍ଯ୍ୟାଳୟ, ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜବାନ ମାନଙ୍କ ବ୍ୟାରେକ, ଫଣ୍ଡି, ପଶୁ ଡାକ୍ତରଖାନା,ପଂଚାୟତ କାର୍ଯ୍ୟାଳୟ ,ହାଇସ୍କୁଲ ଅନେକ ୟୁପି ସ୍କୁଲ ସମେତ ବହୁ ସଂଖ୍ୟାରେ ସରକାରୀ କାର୍ଯ୍ୟାଳୟ ରହିବା ସହିତ ପ୍ରତ୍ୟହ ବିଭିନ୍ନ କାମକୁ ନେଇ ଏଟାକୁ ଲୋକମାନେ ଆସିଥାନ୍ତି । ହେଲେ ଏହାର କିଛି ବର୍ଷ ସଠିକ ଓ ନିରବଛିନ୍ନ ଭାବେ ସେବା ଯୋଗାଇ ଦିଆଯାଉଥିବାବେଳେ ଆଜକୁ ୩ ବର୍ଷ ହେବ ସେବା ଯୋଗାଇବାରେ ଅସର୍ମ୍ଥ ହୋଇପଡିଛି ସଂସ୍ଥା । ସ୍ଥିତି ଏପରି ହୋଇଛି ଯେ ୩ ମାସ ହେବ ମୋବାଇଲ ରୁ ଫୋନ ଯିବା ଆସିବା କରିବା ତ ଦୁରର କଥା ମୋବାଇଲରେ ବିଏସଏନଏଲ ନେଟଓାର୍କ ହିଁ ରହୁନାହିଁ । ଅନ୍ୟପଟେ ବର୍ତମାନ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଥିବାରୁ ଇଂଟରନେଟ ନିତ୍ୟାନ୍ତ ଆବଶ୍ୟକ ହୋଇପଡିଥିବାସ୍ଥଳେ ବିଭାଗୀୟ କର୍ମଚାରୀ ଙ୍କ ଖାମଖିଆଲ ମନୋଭାବ ଯୋଗୁଁ ମୋବାଇଲକୁ ଏଟ୍ରିଂ କରିପାରୁନାହିଁ ଇଂଟରନେଟ ସେବା । ଫଳରେ ବର୍ତମାନ ବିଭିନ୍ନ ସ୍କୁଲକଲେଜ, ର ପିଲାମାନଙ୍କ ଆବେଦନ,ବିଭିନ୍ନ ପ୍ରମାଣପତ୍ର ଆଦି କାରବାର କରିବା ପାଇଁ ପିଲାଙ୍କୁ ନାକେଦମ ହେବାକୁ ପଡୁଛି । ଅନ୍ୟପଟେ ପଂଚାୟତବାସୀ ଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇ ଦେଇଆସୁଥିବା କିଓସ୍କୋ ବ୍ୟାଙ୍କିଂ ର ସଂସ୍ଥାମାନେ ମଧ୍ୟ ହଇରାଣ ହରକତ ହେଉଥିବା ଦେଖାଦେଇଛି । ଏହା ବ୍ୟତିତ ବହୁଜରୁରୀ କାଳିନ ସେବା ମଧ୍ୟ ପାଇବାରୁ ବଂଚିତ ହେବା ପଛରେ ମୋବାଇଲ ଟାଓାର ହିଁ ପ୍ରମୁଖ କାରଣ ବୋଲି ଲୋକେ କହିଛନ୍ତି । ସବୁଠାରୁ ବଡ କଥା ହେଲା ଏଠାରେ ଏକ ମାତ୍ର ବିଏସଏନଏଲ ଟାଓାର ରହିଥିବାବେଳେ ସର୍ବଦା ଉପଭୋକ୍ତାମାନେ ବିଏସଏନଏଲ କୁ ହିଁ ଭରଷା କରିଥାନ୍ତି । ଟାଓାରରେ ବିଦ୍ୟୁତ କଟିଲା ପରେ ପାଓାର ବ୍ୟାକଅପ ପାଇଁ ବ୍ୟାଟେରି ନାହିଁ । ଡାଓାରରେ କୌଣସି ଯାନ୍ତ୍ରୀକ ତୃଟି ହେଲେ ମଧ୍ୟ ତାହାର ମରାମତି କରାଯାଉନାହିଁ । ବାରମ୍ବାର ବିଏସଏନଏଲ ସେବାରେ ଅବହେଳା କରାଯାଉଥିବାରୁ ଦିନକୁଦିନ ପଂଚାୟତର ହଜାରହଜାର ଉପଭୋକ୍ତା ବିଏସଏନଏଲ ପ୍ରତି ବିଶ୍ୱାସ ହରାଇଥିବା କହିଛନ୍ତି । ଅନ୍ୟପଟେ ବର୍ତମାନ ସମାଜରେ ମୋବାଇଲ ବ୍ୟବହାରୀ ଙ୍କ ସଂଖ୍ୟା ଯେତିକି ବଢୁଛି ମୋବାଇଲ ବିନା ଗୋଟିଏ ମୁହୁର୍ତ ରହିବା ସମାଜରେ ରହୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡୁଥିବାବେଳେ ଏଠାରେ ବିଜୁଳି ଆଲୁଅ ପରି ବିଏସଏନଏଲ ର ଲୁଚକାଳି ଖେଳକୁ ଅଚଂଳବାସୀ ଘୋର ନିନ୍ଦା କରୁଥିଲେ ବି କୌଣସି ଉପାୟ ନଥିବାରୁ ଏବେ ଭଗବାନ ଭରଷାରେ ରହିଛନ୍ତି ହଜାରହଜାର ବିଏସଏନଏଲ ଉପଭୋକ୍ତା । ଦେଶରେ ଟେଲିଫନ ଓ ଇଂଟରନେଟ ସେବା ଯୋଗାଉଥରବା ବିଏସଏନଏଲ ପରି ରିଲାଏନ୍ସ, ଜି.ଏୟାରଟେଲ,ଭୋଡାଫୋନ ଭଳି ଅନେକ ସଂସ୍ଥା ରହିଥିଲେ ବି ୫୭ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ ଏହି ପଂଚାୟତରେ ଆଜି ଯାଏଁ କୌଣସି ସଂସ୍ଥା ଅଚଂଳବାସୀ ଙ୍କୁ ଫୋନ ଓ ଇଂଟରନେଟ ସେବା ଯୋଗାଇନଦେବା ଘଟଣା କେନ୍ଦ୍ର ର ମୋଦି ସରକାରଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କୁ ଉପହାସ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ବର୍ଷବର୍ଷ ଧରି ଫୋନ ଓ ଇଂଟରନେଟ ସେବାରୁ ବଂଚିତ ହୋଇ ଆସୁଥରବା ଆଡେଣିଗଡ ପଂଚାୟତବାସୀ ଙ୍କୁ ତୁନ୍ତ ଏହି ଜରୁରୀ ସେବା ଯୋଗାଇ ଦିଆନଗଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନି ଦେଇଛନ୍ତି ପଂଚାୟତର ହଜାରହଜାର ଉପଭୋକ୍ତ ।