ବିଶ୍ୱ ଅଣ୍ଡା ଦିବସ – ୨୦୨୩

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ବିଶ୍ୱ ଅଣ୍ଡା ଦିବସ-୨୦୨୩” କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡ଼ମଙ୍ଗଳାସ୍ଥ୍‌ିତ କଳିଙ୍ଗ ପ୍ୟାଲେସ୍‌ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦୀପ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ଚାନ୍ଦ ଓ ସମ୍ମାନୀତ ଅତିଥିଭାବ ଅଶୋକ କୁମାର ସାମଲ ଯୋଗଦେଇ ସୁସ୍ଥ ଶରୀର ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଦିବସ ପାଳନ ଅବସରରେ ଗରାପୁରସ୍ଥିତ ରେସୱା ସ୍ୱାଧାରଗୃହ, କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ଅନାଥାଶ୍ରମ , ଦୂତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଏବଂ ବାଘିଲୋ ବାବନପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଭୃତି ୪ଟି ସ୍ଥାନରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାରରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତବର୍ଷର ଥିମ୍ ରହିଛି “ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା” । ଡା. ମୃତ୍ୟୁଞ୍ଜୟ ମହାନ୍ତି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡା. ବସନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ୫୦ ଜଣ କୁକୁଡ଼ା ଚାଷୀ,୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଓ ୯ଟି ବ୍ଲକ୍‌ର ପ୍ରାଣୀ ଚିକିତ୍ସକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ