ବିଶ୍ୱ ଆନ୍ଧ୍ର ରାଜ୍ୟପାଳ ଦାୟିତ୍ୱ ଓଡିଆ ଜାତିକୁ ବଡ ସମ୍ମାନ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,  ବିଦ୍ରୋହର ଦୁଇ ଶତ ବାର୍ଷିକ ପାଳନ କରିବା ଅବସରରେ ଓଡିଆ ଜାତୀୟତା ବାଦକୁ ସବୁଠୁ ବିଶ୍ୱାସ କରୁଥିବା ବ୍ୟକ୍ତି ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ଦାୟିତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆ ଜାତିକୁ ବଡ ସମ୍ମାନ ଦେଇଛନ୍ତି ବୋଲି ରବିବାର ଭୁବନେଶ୍ୱର ଠାରେ ଓଡିଶାହ ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ନବ ନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହରିଚନ୍ଦନଙ୍କୁ ଆନ୍ଧ୍ର ରାଜ୍ୟପାଳ ଦାୟିତ୍ୱ ଦେଇଥିବାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସମାଜିକ ଜୀବନରୁ ଆସିଥିବା ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ଭୂମିକାରେ ଯେଉଁ ଉଚ୍ଚ ମୂଲ୍ୟବୋଧ ତିଆରି କରିବେ ସେହି ମୂଲ୍ୟବୋଧ ନିଶ୍ଚିତ ଭାବେ ଲମ୍ବା ସମୟ ଧରି ରାଜ୍ୟପାଳ ମାନଙ୍କର ମାନକ ହେବ । ଓଡିଆ ଭାଷା, ସାହିତ୍ୟ ଓ ସ୍ୱାଭିମାନ ପାଇଁ ତାଙ୍କର କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ରାଜ୍ୟପାଳ ହେବା ଓଡିଆ ଲୋକଙ୍କ ପାଇଁ ଗୌରବର ବିଷୟ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ଶ୍ରୀ ହରିଚନ୍ଦନଙ୍କ ଉପସ୍ଥିତି ଓଡିଆ ସମାଜକୁ ଜାତୀୟ ସ୍ତରରେ ବଡ କରିବ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନକୁ କେବଳ ଜଣେ ବ୍ୟକ୍ତିତ୍ୱ ଭାବେ ନୁହେଁ ପିତୃତୂଲ୍ୟ ଓ ଅଭିଭାବକ ଭାବରେ ଗ୍ରହଣ କରିଛନ୍ତି । ଓଡିଆ ସାମାଜିକ ଓ ରାଜନୈତିକ ଜୀବନର ଅନେକ ଲୋକଙ୍କୁ ଲମ୍ବା ସମୟ ଧରି ପ୍ରେରଣା ଦେଉଥିବା ବ୍ୟକ୍ତିତ୍ୱ ହେଲେ ବିଶ୍ୱଭୂଷଣ ହରିଚନ୍ଦନ । ଓଡିଆ ସାମାଜିକ ଜୀବନରେ ବିଶ୍ୱଭୂଷଣଙ୍କ ପରି ବହୁତ କ୍ୱଚିତ ଲୋକ ଦେଖିବାକୁ ମିଳନ୍ତି । ସଂପ୍ରତି ସାମାଜିକ ଜୀବନରେ ନିଜର ଦୃଢମନା ଓ ସ୍ପଷ୍ଟତା ପାଇଁ ଶ୍ରୀ ହରିଚନ୍ଦନଙ୍କୁ ସଫଳତା ମିଳିପାରିଛି ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ