ବିଶ୍ୱ ଆର୍ଦ ଭୂମି ଦିବସ ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦନ୍ୟୁଜ, ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଜାତୀୟ ସବୁଜ ବାହୀନି ଇକୋ ବ୍ଳବ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆର୍ଦ ଭୂମି ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବା ଦିଗରେ ଚାରା ରୋପଣ କରିବା ଏକାନ୍ତ ଆବଶ୍ୟକ । ଅଧିକ ପରିମାଣରେ ଚାରା ରୋପଣ ସହ ଜଳ ସଙ୍କଟକୁ ଦୂର କରିବା ପାଇଁ ଜଳାଶୟର ପୁନୋରୁଦ୍ଧାର ଓ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ ବୋଲି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ସୁଧାଂଶୁ ମଲ୍ଲିକ ୧ମ, ଯଶୋବନ୍ତ ଜାନି ୨ୟ ଓ ସିଦ୍ଧାନ୍ତ ମଳିକ ୩ୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଇକୋ କ୍ଳବ ସଂଯୋଜକ ବୈକୁଣ୍ଠନାଥ ପାଠି ଓ ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ବୃନ୍ଦ ଓ ବହୁ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ