“ବିଶ୍ୱ ଏଡ଼ସ ଦିବସ ପାଳିତ “

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଯୁବ ରେଡ଼କ୍ରସ, ରେଡ ରିଵନ କ୍ଲବ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ବ୍ରହ୍ମପୁର ର ଅରୁଣା ଅନୁଷ୍ଠାନ ର ମିଳିତ ସହଯୋଗରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନ୍ତଃ ମହାବିଦ୍ୟାଳୟ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି | ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରି ଏଡ଼ସ ନିରାକରଣ କ୍ଷେତ୍ରରେ ରେଡ ରିବନ କ୍ଲବର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ |ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ଡ଼ଃ ଅଲେଖ ଚନ୍ଦ୍ର ପ୍ରଧାନ ସାମ୍ପ୍ରତିକ ସମୟରେ ଏଡ଼ସ ପ୍ରସାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି, ଏହି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ |ଅନ୍ୟତମ ଅତିଥି ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ପ୍ରାଧ୍ୟାପକ ଡ଼. ବନବିହାରୀ ପାଣିଗ୍ରାହୀ ଯୁବସମାଜ ସଚେତନତାର ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଅନୁରୋଧ କରିଥିଲେ | ଅରୁଣାର ନିର୍ଦେଶକ ଲୋକନାଥ ମିଶ୍ର ନିଜର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅଭିବ୍ୟକ୍ତ କରିଥିଲେ |ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଜିତ କୁମାର ସେଠୀ ଏହି କ୍ଷେତ୍ରରେ ନିଜର ଅଙ୍ଗିକାର ବଦ୍ଧତା ସମ୍ପର୍କରେ ସଚେତନ କରିଥିଲେ |ଏହି କାର୍ଯ୍ୟକ୍ରରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ, ସ୍ନାତକ ମହିଳା ମହାବଦ୍ୟାଳୟ, ପ୍ରତିଭା ଆବାସିକ ମହାବିଦ୍ୟାଳୟ, ତଥା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ |ଅବସର ପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଯୁବ ରେଡ଼କ୍ରସ ପରାମର୍ଶଦାତା ଡ଼ ମିଲମିତା ପାଢ଼ୀ ଧନ୍ୟବାଦ ଦେଇଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ଅରୁଣାର ପ୍ରତିନିଧି ସୁନୀଲ କୁମାର ପ୍ରଧାନ, ସଚ୍ଚିକାନ୍ତ ସାହୁ, ମନୀଷାରାଣୀ ବେହେରା, ମନୋଜ ବେହେରା ଏବଂ ସୁଶ୍ମୀତା ଭୋଇ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ