ବିଶ୍ୱ କନ୍ୟା ଦିବସରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା): ଅକ୍ଟୋବର ୧୧ ତାରିଖ ଆନ୍ତର୍ଜାତିୟ କନ୍ୟା ଦିବସ ଅଟେ । ଏହି ଦିବସରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।ଏହି ପରିପ୍ରେକ୍ଷୀରେ ବୁଗୁଡା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ “ମୋ ଗେହ୍ଲା ଝିଅ” କାର୍ଯ୍ୟ ପ୍ରତ୍ୟେକ ଅଙ୍ଗନବାଡି ଅଞ୍ଚଳ ପରିଦର୍ଶିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି । ବୁଗୁଡ଼ା ସହରରେ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି ଓ ସ୍ଵାସ୍ଥ୍ୟ କର୍ମୀ ରଜନୀ କୁମାରୀ ପୃଷ୍ଟିଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶକର୍ମୀ ଓ ସହାୟିକାଙ୍କ ଉପସ୍ଥିତିରେ ସୋନାଲି କର, ରୁବିନା କୁମାରୀ ପୋଲାଇ ଓ ମିନାକ୍ଷୀ ଦେବୀଙ୍କ ଶିଶୁ କନ୍ୟା ତିନି ଜଣଙ୍କୁ “ମୋ ଗେହ୍ଲା ଝିଅ” ଭାବେ ବନ୍ଦାପନା କରି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ମାଣିତରାରେ ଅଞ୍ଚଳ ପରିଦର୍ଶିକା ସୁକେଶନୀ ରଥ ଓ ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ଵାଇଁଙ୍କ ସମେତ ୱାର୍ଡ ସଭ୍ୟା, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଓ ସହାୟିକାଙ୍କ ଉପସ୍ଥିତରେ ମାମାଲି ବେହେରା, ଭାରତୀ ଗୌଡ଼ ଓ ଲିଲି ରାଉତଙ୍କ ତିନି ଶିଶୁ କନ୍ୟାଙ୍କୁ “ମୋ ଗେହ୍ଲା ଝିଅ” ସମ୍ମାନ ପ୍ରଦାନ ସହ ବନ୍ଦାପନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ