ବିଶ୍ୱ କର୍କଟ ଦିବସରେ ଶୋଭଯାତ୍ରା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ନିଶାମୁକ୍ତ ଭାରତ ଗଠନ ଦିଗରେ ଆଜିର ଯୁବପିଢି ନିଜକୁ ସାମିଲ କରନ୍ତୁ ଓ ନିଶାଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ, ଏହି ସ୍ଲୋଗାନ ଦିଆଯାଇଥିଲା । ଏହି ଶୋଭାଯାତ୍ରାରେ ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ତଥା ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ବାପୁ ଓଝାଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମଟରଯାନ ନିରୀକ୍ଷକ ଶ୍ରୀଯୁକ୍ତ ବି ମୁରୁଲୀଧର, ବିଶିଷ୍ଟ ଯୁବ ସମାଜସେବୀ ନିରଞ୍ଜନ ମାର୍ଥା, ରୋହିତ କୁମାର ନାୟକ, ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡି ପରିବାରର ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜସେବୀ ମହାସଂଘ ମୁଖପାତ୍ର ପ୍ରସନ୍ନ, ସଂଗଠନର ସମ୍ପାଦକ ରଞ୍ଜନ ବରାଡ଼, କୋଷାଧ୍ୟକ୍ଷ ସିଲୁ ମହାପାତ୍ର, ସଭ୍ୟ ଶିବ ପ୍ରସାଦ ସେଣ, ରଜନୀକାନ୍ତ ବେହେରା, ନାରାୟଣ ସାହୁ, ରିତାଞ୍ଜଳୀ ବଡ଼ଜେନା, ସନ୍ତୋଷ କୁମାର ପାତ୍ର, ପ୍ରଭାତ, ପପୁ, ସରୋଜ ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଯୁବ ସଂଗଠନର ସଭାପତି ଯୁବ ସମାଜସେବୀ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


