ବିଶ୍ୱ କଲ୍ୟାଣ ନିମନ୍ତେ 108 ବ୍ରାହ୍ମଣଙ୍କ ଦ୍ୱାରା ଭାଗବତ ପାରାୟଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଶ୍ୱ କଲ୍ୟାଣ ନିମନ୍ତେ ଆଜି ପାରଳାଖେମୁଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ 108 ବ୍ରାହ୍ମଣଙ୍କ ଦ୍ୱାରା ଅନନ୍ତମୁଖୀ ଭାଗବତ ପାରାୟଣ ହୋଇଯାଇଛି I ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିର ସମାଜସେବୀ ଗୌରାଙ୍ଗ ସାବତ ଏହି ଅନନ୍ତମୁଖୀ ଭାଗବତ ପାରାୟଣକୁ ପରିଚାଳନା କରିଥିଲେ I ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ସର୍ବରୋଗ ନିବାରଣ, ସର୍ବ କଲ୍ୟାଣ ନିମନ୍ତେ ଏହି ଭାଗବତ ପାରାୟଣ କରାଯାଇଥିବା ପରିଚାଳକ ଗୌରାଙ୍ଗ ସାବତ ସୂଚନା ଦେଇଛନ୍ତି I ଭାଗବତ ପାରାୟଣ ସମାପନ ପରେ 108 ବ୍ରାହ୍ମଣକୁ ଦାନ, ଦକ୍ଷିଣା, ଉପୌକଢ଼ନ ଆଦି ପ୍ରଦାନ ପ୍ରଦାନ କରାଯିବା ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ