ବିଶ୍ୱ କଳାଦିବସ-୨୦୧୯ ଉଦ୍ଯାପିତ ଉନ୍ମୋଚିତ ହେଲା ଭିତ୍ତିଚିତ୍ର ପୁସ୍ତକ

ଭୁବନେଶ୍ୱର : ବିଶ୍ୱ କଳା ଦିବସ ଅବସରରେ ଧଉଳି ·ରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ କଳା ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଲଳିତକଳା ଏକାଡ଼େମୀର ପୂର୍ବତନ ସଭାପତି ତଥା ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍ଗୋ ଯୋଗଦେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଚିତ୍ରକଳା ଓ ଭାସ୍କର୍ଯ୍ୟକଳାଗୁଡ଼ିକୁ ବୁଲି ଦେଖିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ଜ୍ୟୋର୍ତିମୟୀ କାନୁନ୍ଗୋ, ଲକ୍ଷ୍ମୀକାନ୍ତ ମହାପାତ୍ର, ସମ୍ପାଦକ ମିହିରକାନ୍ତ ପ୍ରହରାଜ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ କଳାର ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱ କଳା ଦିବସ ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରକଳା, ଭାସ୍କର୍ଯ୍ୟ ଓ ବ୍ୟବହାରିକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଚିତ୍ରରେ ମନୀଷା ମହାରଣା, ଭାସ୍କର୍ଯ୍ୟରେ ପଙ୍କଜ କୁମାର ବେହେରା ଓ ଡ଼ିଜାଇନ୍ରେ ସାରଥୀ ପଲାଇ ପ୍ରମୁଖ ପ୍ରଥମ ହେବା ସ୍ଥଳେ ଏମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ରବୀନ୍ଦ୍ର କୁମାର ମହାରଣାଙ୍କ ଦ୍ୱାରା ଲିଖିତ ‘ଦକ୍ଷିଣାତ୍ୟ ଓଡ଼ିଶାର ରୀତି ସମ୍ପନ୍ନ ଭିତ୍ତିଚିତ୍ର’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଯେଉଁଥିରେ ଓଡ଼ିଶାର ପୁରାତନ ମନ୍ଦିରମାନଙ୍କରେ ଥିବା ପାରିପାଶ୍ୱର୍ିକ ଭିତ୍ତିଚିତ୍ର ଉପରେ ଉପାଦେୟ ତଥ୍ୟ ପ୍ରକାଶିତ ହୋଇଛି । ଏହି ଅବସରରେ ଚିତ୍ରଶିଳ୍ପୀ ଜୟା ଜେନା, ଚନ୍ଦନ କୁମାର ସାମଲ, ସସ୍ମିତା କାମିଳା, ରାମଶଙ୍କର ସାହୁ, ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ