ବିଶ୍ୱ କାମଳ ଦିବସ ପାଳିତ
ବ୍ରହ୍ମପୁର ,(ମନୋଜ କୁମାର ସାହୁ ) : ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ହେପାଟାଇଟିସ୍ ବା କାମଳ ରୋଗ ଦିବସ ରୁପେ ଆଜିର ଦିିନକୁ ପାଳନ କରାଯାଉଛି । ଏହି ଅବସରରେ ବ୍ରହ୍ମପୁର ସିଟି ହସ୍ପିଟାଲ ଆଇଇସି ହଲ୍ ପରିସରରେ ବିଶ୍ୱ କାମଳ ରୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଡକ୍ଟର ବିଜୟ କୁମାର ପଟ୍ଟ
ନାୟକ,ଡ.ରାଜେନ୍ଦ୍ର ପଟ୍ଟନାୟକ,ଡ ହିମାଂଶୁ ବାଳା ପଟ୍ଟନାୟକ ,ଡ,ଭି ସରୋଜିନୀ ନାଇଡୁ ,ଡ ,ଅଭିରଞ୍ଜନ ମିଶ୍ର,ଶ୍ରୀ ଶ୍ୟାମନ୍ଦର ତ୍ରୀପାଠୀ,ସାବିତ୍ରୀ ରାଉତ ପ୍ରମୁଖ ଯୋଗ ଦେଇ ହେପାଟାଇଟିସ୍ ବା କାମଳ ରୋଗ ଏକ ଭୁତାଣୁ ଜନିତ ରୋଗ । ସଂକ୍ରମିତ ଖାଦ୍ୟ ଓ ଦୂଷିତ ପାନୀୟ ଜଳ ଓ ଦୂଷିତ ହାତରେ ଖାଇବା ଦ୍ୱାରା ରୋଗ ବ୍ୟାପିଥାଏ ।ଅସୁରକ୍ଷିତ ଯୈାନ ସଂପର୍କ ଦ୍ୱାରା ସଂକ୍ରମିତ ବ୍ୟକ୍ତି ଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟାପିଥାଏ । ତେଣୁ ଦୂଷିତ ଠାରୁ ଦୁରେଇ ରହି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ସହ କାମଳ ରୋଗର ଳକ୍ଷଣ ବିସୟରେ ବିସୃତ ଭାବେ ବର୍ଣ୍ଣନା କରିଥିଲେ । ଆଖି ନଖ,ଚର୍ମ ,ପରିସ୍ରା ,ଭୋକ ନଲାଗିବା ପେଟର ଡାହାଣ ପା୍ଶ୍ୱର୍ର ଉପରିଭାଗ ଫୁଲିବା ଓ ଦଋଜ ହେବା ,ଥକ୍କା ପଣ ଅନୁଭବ କରିବା ଏହି ଲକ୍ଷଣ ଗୁଡିକ ଦେଲେ ସରକାରୀ ସ୍ୱାସ୍ଥ କେନ୍ଦ୍ରରେ ମାଗଲା ରକ୍ତ ପରୀକ୍ଷା କରିବା ଆବଶ୍ୟକ । ରୋଗ ଚିହ୍ନଟ ହେଲେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇ େଓାଢଷଧ ବେସନ କରିବା ଦରକାର । ଏହା ସହ ଜନସାଧାରଣଙ୍କ ନିମନ୍ତେ ଗରମ ତଟକା ଖାଦ୍ୟ ଖାଇବା ,ରୋଗୀ ଦ୍ୱାରା ବ୍ୟବହୃତ ଜିନିଶି ଗଣମ ପାଣିରେ ଧୋଇ ବ୍ୟବହାର କରିବା,ସରକ୍ଷିତ ଯୈାନ ସଂପର୍କ ଉପରେ ଧ୍ୟାନ୍ ଦେବା ଆଦି ବିସୃତ ଭାବରେ ଆଲୋଚନା କରିଥିଲେ । ଏହା ସହ ବିଗତ ଚାରୀ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ମହାମାରୀ ଦେଖାଯାଇନାହିୁଁ । ମେଡିକାଲର ଡାକ୍ତରମାନେ ଛାତ୍ରଛାତ୍ରୀ ମାନଙ୍କୁ କାମଳ ରୋଗ ଉପରେ ଆଲୋକପାତ କରିଥିବା ପରେ ଛାତ୍ରଛାତ୍ରୀ ମାନଙ୍କୁ କାମଳ ରୋଗ ବିସୟରେ ପ୍ରଶ୍ନ କରିଥିଲେ ।ଶେଷରେ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଶେଷରେ ପୁରସ୍କୃତ କରାଯାଇଛି ।


