ବିଶ୍ୱ ଗ୍ଲୋକାମା ସପ୍ତାହ ପାଳିତ
ବ୍ରହ୍ମପୁରର ରେଶମ ସହର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ ସେଣ୍ଟର ତରଫରୁ ମଙ୍ଗଳବାର ସକାଳେ ବିଶ୍ୱ ଗ୍ଳୁକୋମା ସପ୍ତାହ ଅବସରରେ ଏକ ଅନୁଷ୍ଠିତ ପଦଯାତ୍ରା ହୋଇଛି । ପ୍ରତିବର୍ଷ ବିଶ୍ୱ ଗ୍ଲୁକୋମା ସପ୍ତାହ ମାର୍ଚ୍ଚ ସପ୍ତାହ ମାର୍ଚ୍ଚ ୧୦ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳନ କରାଯାଏ । ଗ୍ଲୁକୋମା ଏକ ଲକ୍ଷଣ ବିହୀନ ଚକ୍ଷୁରୋଗ । ପ୍ରାଥମିକ ସ୍ତରରେ ଚିକିତ୍ସା କରାନଗଲେ ଅନ୍ଧତ୍ୱର ଶୀକାର ହେବାକୁ ପଡେ । ତେଣୁ ପ୍ରଥମରୁ ହିଁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସାଳୟର ବରିଷ୍ଠ ଉପଦେଷ୍ଟା ବି ନାଗେଶ୍ୱର ରାଓ ସୁବୁଦ୍ଧି ଓ ନିର୍ଦ୍ଦେଶକ ଡାକ୍ଟର ପ୍ରବୀଣ ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତଚ୍ଛ୍ୱବଧାନରେ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଏଏସପି ପ୍ରଭାତ କୁମାର ରାଉତରାୟ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଫେଣ୍ଡସ୍ ହେଲ୍ପିଂ କ୍ଲବ ବ୍ରହ୍ମପୁରସବୁଜ ବାହିନୀର ସଦସ୍ୟମାନେ ଭାଗ ନେଇଥିଲେ ।,


