ବିଶ୍ୱ ଜଳଦିବସ ବିହନ ପିଣ୍ଡୁଳାରେ ଜଳ ବଞ୍ôଚବାର ବାର୍ତ୍ତା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ମାର୍ଚ୍ଚ ୨୨ ତାରିଖକୁ ସାରା ବିଶ୍ୱ ଜଳ ଦିିବସ ରୂପେ ପାଳନ କରୁଛି । ସମ୍ପ୍ରତି ସାରା ବିଶ୍ୱ ଦିନକୁ ଦିନ ଜଳସଙ୍କଟ ଆଡ଼କୁ ଗତି କରୁଛି । ପରିବେଶବିତ୍‌, ବୈଜ୍ଞାନିକମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଯାଇଛି । କିପରି ଭାବେ ଏ ବିଶ୍ୱକୁ ଏ ସଙ୍କଟରୁ ଉଦ୍ଧାର କରିବେ ଦିନରାତି ଗବେଷଣା ବି ଚାଲିଛି । ଜନ ସଚେଜନତା ବି ସୃଷ୍ଟି କରାଯାଉଛି । ଭୂତଳ ଜଳ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ଏବେଠାରୁ ପାଣି ପାଇଁ ଚାରିଆଡ଼େ ଲୋକେ ଡ଼ହଳ ବିକଳର ଦୃଶ୍ୟ ଦେଖିବାକୁ ମିଳିଲାଣି । ଭାଗବତ କୁହେ ପାଣି, ପବନ ଲାଗି ଦେହ, ଏଥୁ ଅଧିକେ କିଛି କୁହ । ଜଳ ବଞ୍ôଚଲେ ଜୀବନ ବଞ୍ôଚବ । ସେଥିପାଇଁ ଜଳର ଅନ୍ୟ ନାମ ଜୀବନ ବୋଲି କହିଥାଉ । ଏକ ବୁନ୍ଦା ଜଳ ଜଣେ ଶୋଷିଲା ଲୋକ ପାଇଁ ବହୁ ମଲ୍ୟବାନ । ଜାତିସଂଘ ଦ୍ୱାରା ହୋଇଥିବା ପରିସଂଖ୍ୟାନ ରିପୋର୍ଟ କୁହେ ପୃଥିବୀ ଜନସଂଖ୍ୟାର ୨.୧ ବିଲିୟନ ଲୋକ ନିରାପଦ ପାନୀୟ ଜଳ ପାଆନ୍ତି ନାହିଁ । ପ୍ରତି ୪ଟି ପ୍ରାଥମିକ ସ୍କୁଲ୍‌ରୁ ୧ଟି ସ୍କୁଲ୍‌ରେ ନିରାପଦ ପାନୀୟ ଜଳର ସୁବିଧା ନଥାଏ । ପ୍ରାୟ ବର୍ଷକୁ ୫ ବର୍ଷରୁ କମ୍ ୭ଶହ ପିଲା ଅପରିଷ୍କାର ପାଣି ପିଇ ଡ଼ାଇରିଆ ଯୋଗୁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ମାର୍ଟନଗରୀ ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ଠାରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବିଶ୍ୱ ଜଳ ଦିବସ ଅବସରରେ ବିହନ ପିଣ୍ଡୁଳାରେ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ମାଟି, ଖତ, ମଞ୍ଜିରେ ପ୍ରସ୍ତୁତ ଏହି ପରିବେଶ ଉପଯୋଗୀ ବିହନ ପେଣ୍ଡୁ ଗୁଡ଼ିକୁ ଗଛ ରୂପରେ ସ୍ଥାନିତ କରି ଜଳସଂରକ୍ଷଣ ଦିଗରେ ଗଛର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଯାହା ସେ ଏହି ବିହନ ପିଣ୍ଡୁଳାରେ ଦର୍ଶାଇଛନ୍ତି । ନିମ୍ନଗାମୀ ଜଳକୁ ରୋକିବାରେ ହେଉ, କି ଜଳ ସଞ୍ଚୟ ହେଉ, କି ପରିବେଶ ସନ୍ତୁଳନ ଦିଗରେ ଗଛର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏହି ସଙ୍କଟ ପରିସ୍ଥିତିରେ ବିହନ ପିଣ୍ଡୁଳାରେ ଯଥେଷ୍ଟ ଆବଶ୍ୟକତା ରହିଛି । ସ୍ୱଳ୍ପ ଖର୍ଚ୍ଚ ଓ କମ୍ ସମୟରେ ସବୁଜିମା ସୃଷ୍ଟି କରିବା ଦିଗରେ ବିହନ ପେଣ୍ଡୁ ଅର୍ଥାତ୍ (ସିଡ୍‌ବଲ୍‌) ଏକମାତ୍ର ସାହା ଯାହା ଜଳ ସଙ୍କଟକୁ ରୋକିବାରେ ବେଶ୍ ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ଆଶା ପ୍ରକଟ କରିଛନ୍ତି । ଏଣୁ ପ୍ରତ୍ୟେକ ମଣିଷ ନିଜ ପାଇଁ ଓ ଭବିଷ୍ୟତର ପିଢୀ ପାଇଁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ସୁଶାନ୍ତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ