ବିଶ୍ୱ ଜଳବାୟୁ ଆବର୍ତ୍ତନ ଓ ପ୍ରତିକାରା କର୍ମଶାଳା
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ବିଶ୍ୱ ଜାଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନ ସଚେତନତା ସୃ୍ଷ୍ଟି କରିବା ପାଇଁ ବନ ମହୋତ୍ସବ ସପ୍ତାହ ଅବସରରେ ତନରଡା ସ୍ଥିତ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଯୁବ ସମାଜସେବୀ କୁମାର କାର୍ତ୍ତିକେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ, ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ସୀମାଞ୍ଚଳ ପତି ,ସାମ୍ବାଦିକ ରବିନ୍ଦ୍ର ପାତ୍ର, ବରିଷ୍ଠ ଆଇନଜୀବୀ ଗୋପାଲ କୃଷ୍ଣ ବିଷୋୟୀ, ସରପଞ୍ଚ ଅନୀଲ କୁମାର ପାଠୀ, ପ୍ରକୃତି ବନ୍ଧୁ ତଥା ଆଇନଜୀବୀ ଦିଲ୍ଲୀପ୍ କୁମାର ତ୍ରିପାଠି, ଶିକ୍ଷାବିତ୍ ଗଗନ ବିହାରୀ ଲେଙ୍କା, ଡ଼କ୍ଟର୍ ଧ୍ଵଜାରାମ ରାଊତ, ଅଗ୍ନିଶମ ଅଧିକାରୀ ବିଶ୍ଵମ୍ବର ରାଊତ, ଅମିର୍ କଟାୟତ ,ସାରଥୀ ସ୍ୱାଇଁ, ଉଲ୍ଲାସ ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ବିଭିନ୍ନ ଉପାଦେୟ ବୃକ୍ଷରୋପଣ କରାଯାଇଥିଲା I


