ବିଶ୍ୱ ନାଟ୍ୟ ଦିବସ ଅବସରରେ କଳାକାର ଶୋଭାଯାତ୍ରା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବିଶ୍ୱ ନାଟ୍ୟ ଦିବସ ଅବସରରେ ଅଭିନୟ ଜଗତ ତରଫରୁ ଏକ କଳାକାର ଶୋଭାଯାତ୍ରା ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଗଞ୍ଜାମ କଳାପରିଷଦଠାରେ ପହଞ୍ଚିଥିଲା l ବରିଷ୍ଠ ନାଟ୍ୟ ନିର୍ଦେଶକ ରାଜୁ ପାଢ଼ୀ ଶୋଭାଯାତ୍ରାର ଶୁଭାରମ୍ଭ କରିଥିବା ବେକେ ଡ ମିହିର ତ୍ରିପାଠୀ ପରିଚାଳନା କରିଥିଲେ l ଏହି କଳାକାର ଶୋଭାଯାତ୍ରାରେ ନାଟ୍ୟକାର ରମେଶ ମହାରଣା, ସଂଗୀତ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର, ନାଟ୍ୟକାର ଡ ଜଗନ ମୋହନ ମହାପାତ୍ର, ରାଜ ଗୋପାଳ ପାଢ଼ୀ, କୈଳାଶ ପାଣିଗ୍ରାହୀ, ଇ ମନୋଜ ଦଣ୍ଡପାଟ, ରବୀନ୍ଦ୍ର କୁମାର ନାୟକ, ଉଷାରାଣୀ ମହାପାତ୍ର, ଆରତୀ ପାତ୍ର, ଆପ୍ପା ରାଓ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁବାସ ସାହୁ, ଅଶୋକ ବ୍ରହ୍ମା, ଶଙ୍କର୍ଷଣ ସାବତ, ଲିଙ୍ଗରାଜ ନାହାକ, ସୁଦିପ ସାହୁ ଜୟନ୍ତୀ ମିଶ୍ର, କିନ୍ନର ସଙ୍ଘ ତରଫରୁ ବାବୁଲା ମହାପାତ୍ର, ଲଭଲି, ପ୍ରୀତି, ବିନ୍ଦିଆ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ଲୋକାର୍ପଣ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ