ବିଶ୍ୱ ପରିବେଶ ଦିବସରେ ଆକାଂକ୍ଷା ମହିଳା ସଂଗଠନର ବୃକ୍ଷରୋପଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ପାରଳାଖେମୁଣ୍ଡି କାଳୀମନ୍ଦିର ପରିସରରେ ବିଶ୍ୱ ପରିବେଶ ଦିବସରେ ଗତକାଲି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୁନ୍ ୫ତାରିଖ ଦିନଟିକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇ ଏହିପରି ବୃକ୍ଷରୋପଣ କରାଯାଇଛି । ସମସ୍ତେ ପରିବେଶ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସାଧାରଣରେ କୁହାଯାଇଛି । ବାୟୁ ମଣ୍ଡଳରେ ଅମ୍ଳଜାନର ମାତ୍ରା ଦିନକୁ ଦିନ କମିବାକୁ ଲାଗୁଥିବାରୁ ସମସ୍ତେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଏହି ଦିବସରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁ,ସମ୍ପାଦିକା ମୀନା କୁମାରୀ ଟହଲ,ଅନୀତା କୁମାରୀ ମିଶ୍ର,ପ୍ରଫୁଲ କୁମାରୀ ବେବର୍ତ୍ତା,ସ୍ୱପ୍ନାରାଣୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।