ବିଶ୍ୱ ପରିବେଶ ଦିବସରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ଜନସଚେତନତା ଏବଂ ଚାରା ବଣ୍ଟନର ଏକ ନିଆରା ପ୍ରୟାସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଆଜି ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଞ୍ଜୀକୃତ ସଂସ୍ଥା ମାଇଁ ଏନସିସି ଆଲୁମିନି ଆସୋସି-ଏସନ ତରଫରୁ ସହରର ମୁଖ୍ୟ ପ୍ରବେଶ ପଥ ତିନିମୁହାଣୀଠାରୁ କଲେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହୋଇ ହାତରେ ଚାରା ଏବଂ ପ୍ଲାଗ କାର୍ଡ ଧରି ପରିବେଶ ସୁରକ୍ଷା କିପରି କରାଯିବ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଆମ ସମସ୍ତଙ୍କ ପାଇଁ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଏହା ସହିତ ୧୫୦ରୁ ଉର୍ଦ୍ଧ୍ୱ ବଉଳ ଏବଂ ଆମ୍ବ ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦ୍ଘାଟନ କରିବା ସହିତ ସମସ୍ତେ କିପରି ପରିବେଶକୁ ସୁରକ୍ଷା ପାଇଁ ଆଗେଇ ଆସିବା ସେ ବିଷୟରେ ଆଲୋକପାତ କରିଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ ବିଶ୍ୱାଳ ବୃକ୍ଷ ରୋପଣ ସହିତ ତାର ରକ୍ଷାଣାବେକ୍ଷଣ କିପରି କରାଯିବ ସେ ବିଷୟରେ ସମ୍ୟକ ଧାରଣା ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଶ୍ରୀକାନ୍ତ ପୋଥାଳ, ସାଜିଦ ଖାନ୍, ଅନୁପ କୁମାର ରାଉତ, ଦେବପ୍ରସନ୍ନ ସ୍ୱାଇଁ, ରେହାଜୁଦ୍ଦିନ ଅହମଦ, ଗୋପିନାଥ ସେଠୀ, ଜଗବନ୍ଧୁ ସାହୁ, ବିଭବ ମହାନ୍ତି, ରଶ୍ମିରଞ୍ଜନ ସାହୁ, ଗିରିଜା ଦାସ, ମାମୁନୀ ଥାଟୋଇ, ସୋମ୍ୟଶ୍ରୀ ଦାସ, ସସ୍ମିତା ରାୟ, ବନ୍ଦିତା ଦାସ, ବିଶ୍ୱମିତ୍ରା ସାହୁ, ଶୁଭଶ୍ରୀ ବେହେରା, ଦୀପ୍ତିମୟୀ ଦାସ, ଦେବସ୍ମିତା ଜେନା, ସୋନାଲି ପୃଷ୍ଟି, ରତିକାନ୍ତ ଏବଂ ଗୁରୁଚରଣ ପ୍ରମୁଖ ଯୋଗ ଦେଇଥିଲେ ।