ବିଶ୍ୱ ପରିବେଶ ଦିବସରେ ମୁଖ୍ୟ ସଡ଼କ ରେ ବଟ ବୃକ୍ଷ ରୋପଣର ଶୁଭାରମ୍ଭ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ର ବେଲ ପୁଞ୍ଜି ଠାରୁ ମଙ୍ଗଳପୁର ରୋଡ ଏନ ହେଚ ୩୦ ର ଉଭୟ ପାର୍ଶ୍ୱରେ ବନ ଜିଭାଗ ଦ୍ୱାରା ବିଶ୍ୱ ପରିବେଶ ଦିବସରେ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ଦ୍ୱାରା ବଟ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଥିଲେ। ଏହି ପରିପେକ୍ଷି ରେ ଜିଲିବା ବିଟ ର ବନରଖି ପ୍ରଶାନ୍ତ କୁମାର ପଲେଇ ବନପାଳ ଅଭିରାମ ଖିଲ ଓ ବନରଖି କ୍ଷୀରୋଦ ଗୌଡ଼ ସହଯୋଗ କରିଥିଲେ। ଦୁଇ ଦିନରେ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୧୨୦ ଟି ବଟ ବୃକ୍ଷ ରୋପଣ କରାଯାଇଥିବା ଜଣାପଡ଼ିଛି


