ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସଚେତନତା ବାର୍ତା
ହିଂଜିଳିକାଟୁ, (ଶେଷଦେବ ସାହୁ): ଜାତିସଙ୍ଘର ଅନୁମୋଦନ କ୍ରମେ ୧୯୭୪ ମସିହା ପରଠାରୁ ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳନ କରାଯାଇଅଛି । ପ୍ରାତଃହରେ ବିଦ୍ୟାଳୟର ବହୁ ଶିକ୍ଷାର୍ଥୀ ମାନେ ହାତରେ ‘ପରିବେଷ ବଂଚାଅ – ଗଛ ଲଗାଅ’, ପୃଥିବୀ ଚାହୁଁଛି ସବୁଜ ଶାଢି – ଗଛ ଲଗାଇବା ଧାଡ଼ିକି ଧାଡ଼ି ପ୍ରଭୃତି ସ୍ଳୋଗାନ ଦେଇ ଓ ହାତରେ ଲିଫଲେଟ ଧରି ନଗର ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ଗ୍ରାମ ପରିକ୍ରମା ପରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ବୃକ୍ଷ ରୋପଣର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିବା ସହ ପରିବେଷକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାକୁ ସନ୍ତୁଳିତ କରିବା ଲାଗି ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାର୍ଥୀ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଲାଗି ଶପଥ କରିଥିଲେ । ପରିଶେଷରେ ବରିଷ୍ଟ ଶିକ୍ଷକ ଉପେନ୍ଦ୍ର ସାବତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଭାରତି ଚୌଧୁରୀ, ପ୍ରଞା ପାଣିଗ୍ରାହୀ, ରଶ୍ମିତା ଭୋଳ, ପ୍ରଣୟିନି ସାହୁ, ରଶ୍ମିତା ଦାଶ, ଗୀତା ପାଣିଗ୍ରାହୀ,ଶିକ୍ଷକ ବୈକୁଣ୍ଠ ପାଠି ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଷ ଦିବଦସ ପାଳିତ ହୋଇଯାଇଛି । ଆଇ.ଟି. ଆଇ. ଋ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଶିଳ୍ପ ତାଲିମ ଅନୁଷ୍ଠାନର ଶିକ୍ଷାର୍ଥୀ ମାନେ ହାତରେ ପ୍ଳ- କାର୍ଡ଼ ଧରା ଓ ସ୍ଳୋଗାନ ଦେଇ ଏକ ର୍ୟାଲିରେ ନଗର ପରିକ୍ରମା କରିବା ସହ ବୃକ୍ଷ ରୋପଣ ସମନ୍ଧୀୟ ଜନସଚେତନତା ସୃଷ୍ଟି କରିଥିଲେ । ଶିଳ୍ପ ତାଲିମ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ବୃନ୍ଧ ଓ ବହୁ ଶିକ୍ଷାର୍ଥୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।