ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଓ ଶିବ ଶଙ୍କର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ପ୍ରତି ଆମର ଦାୟିତ୍ବ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇଥିଲେ । ପରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ଲବ ସଭାପତି ଯୁଧିଷ୍ଠିର ରେଡ୍ଡୀ, ସମ୍ପାଦକ ଶିବ ରଞ୍ଜନ ସାହୁ, ଅରୁଣ ରାଉଳ, ଟାଇକୋଣ୍ଡୋ ଏକାଡେମୀର ଲଳିତ କୁମାର, ଛତ୍ରପୁର କଲେଜ ଛାତ୍ର ସଂସଦ ପୂର୍ବତନ ସଭାପତି ଅଜିତ ସ୍ୱାଇଁ, ଅନାଦି ବେହେରା, ଦିଲ୍ଲୀପ ବେହେରା, ରଘୁନାଥ ବେହେରା, ପ୍ରଭାତ କୁମାର ପରିଡ଼ା, ଏସ୍ ବିକାଶ ରେଡ୍ଡୀ ଏବଂ ଟାଇକୋଣ୍ଡୋ ଏକାଡେମୀର ଛାତ୍ରଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


