ବିଶ୍ୱ ପରିବେଶ ଦିବସ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନିମାପଡା, (ସନ୍ତୋଷ ଦାଶ) :- ଆଜି ଜୁଲାଇ ମାସ ୫ ତାରିଖ। ସର୍ବତ୍ର ପାଳିତ ହେଉଛି ବିଶ୍ୱ ପରି ବେଶ ଦିବସ । ଏହି ଅବସର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଣିଛତ୍ର ନିକଟସ୍ଥ ଟଭାଗୋଲରା ଗଡ ସଂରକ୍ଷିତ ଜଙ୍ଗଲ ରେ ଅନୁଷ୍ଠିତ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୁର୍ବତନ ସରପଞ୍ଚ ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦାନ କରି ୫୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ । ତାଙ୍କ ସହିତ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ହିମାନ ନାୟକ, ବନପାଳ ସବିର କୁମାର ସାହୁ, ବିରଜା ମହାପାତ୍ର ପ୍ରମୁଖ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଆସନ୍ତା ବର୍ଷା ଋତୁ ରେ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ସହିତ ବୃକ୍ଷ ଟିଏ ତ ଜୀବନ ଟିଏ ବାର୍ତ୍ତା କୁ ସାଧାରଣ ରେ ପ୍ରଚାର ପ୍ରସାର କରି ସ୍ଥାନୀୟ ଲୋକ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରାଯିବ ଓ ସ୍ୱଳ୍ପ ମୂଲ୍ୟ ରେ ବିଭିନ୍ନ ବୃକ୍ଷରଚାରା ବିଭାଗ ପକ୍ଷରୁ ଯୋଗାଇ ଦେବାକୁ ସ୍ଥିର ହୋଇଥିବା ଅସ୍ତରଙ୍ଗ ରେଞ୍ଜର ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।


