ବିଶ୍ୱ ପରିବେଶ ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ୱର, : ଉତ୍ସାହୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପରିବେଶ ସପ୍ତାହ ପାଳନ ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ ଓ ବୃକ୍ଷରୋପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଉଦ୍‌ଯାପନୀ ଦିବସ ୟୁନିଟ୍ -୯ ସ୍ଥିତ ଶହୀଦ୍ ରଘୁ-ଦିବାକର ପ୍ରତିମୂର୍ତିସ୍ଥଳରେ ସମାପନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି, ସମାଜସେବୀ ଶିବନାରାୟଣ ମିଶ୍ର, ସଂପାଦିକା ସମାଜସେବିକା ସମିତା ମହାରଣା, ଶହୀଦ୍ ରଘୁ-ଦିବାକର ସ୍ମୃତିସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ ରହି ଲିମ୍ବ, କଦମ୍ବ, ଆମ୍ବ ପ୍ରମୁଖ ବୃକ୍ଷରୋପଣ କରିବା ସହିତ ଶହୀଦ୍‌ଙ୍କ ସ୍ମୃତି ଓ ଅମର ବୀରତ୍ୱ ସଂପର୍କରେ ମତବ୍ୟକ୍ତ କରିବା ସହ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା, ସମାଜସେବୀ ସିତାଶୁଂ ଶେଖର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ପରିବେଶ ସଚେତନତା, ସ୍ୱଚ୍ଛତା ଓ ବୃକ୍ଷରୋପଣର ଉପକାରିତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ଆଲୋକପାତ କରାଇଥିଲେ ଓ ସମସ୍ତେ ସମ ଦୂରତ୍ୱ ରଖି ସାମୂହିକ ଭାବେ ଶେଷରେ ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଗାନ କରିଥିଲେ । କୋଷଧ୍ୟକ୍ଷ ଓ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରୀପାଠି ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ନାରାୟଣ ଖୁଟିଂଆ, ମନୋରଂଜନ ବାରିକ, ସତ୍ୟବ୍ରତ ଜେନା, ସୁରେନ୍ଦ୍ର କୁମାର ସାହୁ, କିଶୋର କୁମାର ମୁଦୁଲି ଓ ବାସୁଦେବ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ