“ବିଶ୍ୱ ପୃଥିବୀ ଦିବସ” କାର୍ଯ୍ୟକ୍ରମ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ  ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର’ର ମିଳିତ ସହଯୋଗ’ରେ ବିଭିନ୍ନ ସ୍ଥାନରେ “ବିଶ୍ବ ପୃଥିବୀ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି   l ଏହି କାର୍ଯ୍ୟକ୍ରମ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର’ର ଜନସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ’ଙ୍କ ନେତୃତ୍ୱ’ରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସ୍ଥାନୀୟ ମିନ କେତନ କଲେଜ ଓ ଗୋସାଣୀ ସ୍ଥିତ ସରକାରୀ ହାଇସ୍କୁଲ’ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  l  ଅନେକ ସୃଷ୍ଟି’ର ସମାହାର’ରେ ଗଠିତ ଆମ ପୃଥିବୀ, ତେଣୁ ଏ ସୁନ୍ଦର ପୃଥିବୀ’କୁ ବଞ୍ଚାଇ ରଖିବା ଆମ ସମସ୍ତ’ଙ୍କ କର୍ତ୍ତବ୍ୟ  ବୋଲି କୁହା ଯାଇଥିଲା ।  ଏହି ଅବସର’ରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କ’ରେ  ପ୍ରଦୂଷଣ ମୁକ୍ତ ସମାଜ ଓ ଅଞ୍ଚଳ ପାଇଁ ପୃଥିବୀ ବଞ୍ଚାଅ, ପରିବେଶ ବଞ୍ଚାଅ, ବୃକ୍ଷ ରୋପଣ କରିବା, ବର୍ଷା ଜଳ ସଂରକ୍ଷଣ, ପଲିଥିନ ବ୍ୟବହାର ମୁକ୍ତ  ପ୍ରଭୃତି ଉପରେ ସଚେତନତା  ମୂଳକ ବିଭିନ୍ନ ସ୍ଲୋଗାଁ ଦେବା ସହ ପ୍ଲା- କାର୍ଡ ଧରି ଜନ ସଚେତନ କରାଇଥିଲେ  l ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଓ ବିପିଏମ ଶ୍ରୀ ଏମ: ଖଗେଶ୍ଵର’ଙ୍କ ସମେତ ଗୋସାଣୀ ହାଇସ୍କୁଲ’ର ପ୍ରଧାନ ଶିକ୍ଷୟତ୍ରୀ ଲୀନାରାଣୀ ରଘୁ ପାତ୍ରୁଣୀ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଅନୀତାରାଣୀ ପାଣିଗ୍ରାହୀ, ଲିଙ୍ଗରାଜ ସାମଲ ଏବଂ ମୀନକେତନ କଲେଜ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ  ସାମିଲ ଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ