ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ବନାଞ୍ଚଳ ପକ୍ଷରୁ ଜୁନିଅର ରେଡକ୍ରସ ସୌଜନ୍ୟରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥିଲା I ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ ଅରୁଣ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତି ଓ ପରିବେଶପ୍ରେମୀ ଲଳିତ ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆମ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସଚେତନତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ I ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନପାଳ ବିପିନ ଚନ୍ଦ୍ର ବେହେରା, ବନପାଳ ସୀତା ଟୁଡୁ, ବନରକ୍ଷୀ ପରମାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ଓ ପରିବେଶର ସୁରକ୍ଷା ହୋଇପାରିଲେ ହିଁ ମଣିଷ ଜାତିସହ ଜୀବ ଜଗତ ତିଷ୍ଠି ରହି ପାରିବ ବୋଲି ମତ ଦେଇଥିଲା ବେଳେ ଗୁରୁକୃଷ୍ଣ ବେହେରା ଓ ସିପୁନ ମହାନ୍ତ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ