ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ଛତ୍ରପୁର ମହିଳା ଡିଗ୍ରୀ କଲେଜ ର ଏନଏସଏସ ୟୁନିଟ୍ 1 ଦ୍ଵାରା ପାଳନ କରାଯାଇଅଛି। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭରମ୍ଭ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରକୃତି ସଂରକ୍ଷଣ ଦ୍ଵାରା ଜୀବନ ସୁରକ୍ଷା ହୋଇ ପାରିବ ବୋଲି ସ୍ବେଛାସେବୀ ମାନେ ସଚେତନ ବାର୍ତ୍ତା ଦେଇଥିଲେ। ମହାବିଦ୍ୟାଳୟ ର ନ୍ୟୁ କ୍ୟାମ୍ପସ ରେ ବିଦ୍ୟାର୍ଥୀ ମାନେ ବୃକ୍ଷ ରୋପଣ କରିଥିଲେ।


