ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ସକାଳ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସ ଅବସରରେ ସହରର ପ୍ରତିମୂର୍ତ୍ତିଗୁଡ଼ିକୁ ସଫା କରି ସଙ୍ଖୋଳି ନେବାର ପବିତ୍ରତା ସାମ୍ପ୍ରତିକ କାଳଖଣ୍ଡର ବ୍ୟକ୍ତି ସତ୍ତାରେ ବିସ୍ମରଣ ପ୍ରାୟ । ଯାହା ଆଜିଦିନରେ ଆମ ସହର ବାଲେଶ୍ୱରର ସ୍ପର୍ଦ୍ଧିତ ସମ୍ରାଟ ବ୍ୟାସକବି ଫକୀରମୋହନ ଏବଂ ରାଷ୍ଟ୍ରପତି ଭାରତରତ୍ନ ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ଡହଡହ ଖରା ସତ୍ତ୍ୱେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମଗ୍ର ବିଶ୍ୱରେ ଏହିଭଳି ଏକ ଅବହେଳିତ ଘଟଣାକୁ ଦୃଷ୍ଟିକୁ ଆଣି ସମଗ୍ର ବିଶ୍ୱାୟତନରେ ଆବାଳବୃଦ୍ଧବନିତା ଏକ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି । ବାଲେଶ୍ୱରର ଅନେକ ପ୍ରତିମୂର୍ତ୍ତିଗୁଡ଼ିକୁ ରକ୍ଷଣାବେକ୍ଷଣ କରିବାର ଅବହେଳା ପରିଲକ୍ଷିତ କରାଯାଇ ଏତାଦୃଶ ଦୃଷ୍ଟାନ୍ତକାରୀ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସ ଅବସରରେ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ, କେଶୁ ଦାସ, ‘ଚନ୍ଦ୍ରଭାଗା’ ନିର୍ଦ୍ଦେଶକ କବି ଶ୍ରୀଦେବ, ‘ନାଚ୍‌’ ଅନୁଷ୍ଠାନର ସଂପାଦକ ଅରୁଣାଂଶୁ ପାଣିଗ୍ରାହୀ, କବି ସତ୍ୟ ସାହୁ, ଚନ୍ଦନ ରାଓ, ଜୀବନ ସଂଗ୍ରାମ ମହାନ୍ତି, ସମାଜସେବୀ ବିଶ୍ୱଜିତ୍ ମହାପାତ୍ର ଓ ରାଜେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ