ବିଶ୍ୱ ପ୍ରାର୍ଥନା ଦିବସ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍); ବିଶ୍ୱ ପ୍ରାର୍ଥନା ଦିବସ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମସମେତ ଓଡିଶାର ସମସ୍ତ ଶିବାନନ୍ଦ ଆଶ୍ରମ ବିଦ୍ୟାଳୟ, ମହାବିଦ୍ୟାଳୟ, ମନ୍ଦିର ଓ ମସଜିଦରେ ମହା ଆଡମ୍ବରରେ ବୁଧବାର ସକାଳେ ପାଳିତ ହୋଇଯାଇଛି । ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏହି ପ୍ରାର୍ଥନା ଦିବସ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀଙ୍କ ଦିବ୍ୟ କରକମଳରେ ଉଦଘାଟିତ ହୋଇ ମହାସମାରୋହରେ ପାଳିତ ହୋଇଯାଇଛି । ଏହିପ୍ରାର୍ଥନା ଦିବସରେ କେନ୍ଦ୍ରାପଡାର କୋଣ ଅନୁକୋଣରୁ ଶତାଧିକ ବିଭୁ ପ୍ରେମୀ ଭକ୍ତମାନେ ସାମିଲ ହୋଇଥିଲେ । ସମସ୍ତେ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶ୍ୱର ଶାନ୍ତି,ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ଆଇନଜୀବି ପ୍ରଦୀପକୁମାର ଦାଶ, କବି କରୁଣାକର ଦାସ, ଅଧ୍ୟାପକ ଅଜୟ ସାମଲ, ଅମୀୟ ନାୟକ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଅଭିରାମନାୟକ, ଅଭିମନ୍ୟୁ ଗୋଛାୟତ, ଦେବେନ୍ଦ୍ର ନାଥ ସାମନ୍ତ, ସୁଶିଲ ସାମଲ, ଦୈା୍ରପଦୀ ରାଉତ, ଶ୍ରୀଧର କୁମାର ମହାନ୍ତି, ପ୍ରଦୀପ କୁମାର ନାୟକ, ବାଇଧରମଲ୍ଲିକ, ଧୋଇ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ସାମଲ ପ୍ରମୁଖ ଶତାଧିକ ବିଭୂ ପ୍ରେମୀ ଏହି ପ୍ରାର୍ଥନା ଦିବସରେ ସାମିଲ ହୋଇଥିଲେ । କଟକ ଆକାଶବାଣୀ କେନ୍ଦ୍ରର ସ୍ୱିକୃତିପ୍ରାପ୍ତ କଳାକାର କ୍ଷୀରୋଦ ଚନ୍ଦ୍ର ନାଥ ଓ ସାଥିମାନେ ଏହି ଅବସରରେ ଅନେକ ପ୍ରାର୍ଥନା ଓ ଭଜନ ପରିବେଷଣ କରିଥିଲେ । ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀ ଭକ୍ତମାନଙ୍କୁ ସଦାସର୍ବଦା ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ଅନ୍ତେବାସୀମାନେ ପରିଚାଳନା କରିଥିଲେ । ଶେଷରେ ଆଶ୍ରମର ନୃସିଂହ ବାବା ଧନ୍ୟବାଦ ଅର୍ପଣ କରିଥିଲେ ।


