ବିଶ୍ୱ ବନ ଦିବସରେ କର୍ମରଚାରି ମାନଙ୍କୁ ସମ୍ବର୍ଦ୍ଧିତ
ହାଟଡିହି, (ବିକାଶ ବିଶ୍ୱାଳ ) : ବିଶ୍ୱ ବନଦିବସ, ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ବନ ସୁରକ୍ଷା ଦିବସରେ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ତିନିଜଣଙ୍କୁ ଷ୍ଟେଟ ଫରେଷ୍ଟ୍ରି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ହଦଗଡ ରେଞ୍ଜର ବନ କର୍ମଚାରୀ ଦେବସ୍ମିତା ରାଉତ, ଦେଓଗାଁ ରେଞ୍ଜ ଫରେଷ୍ଟର ବୁଦ୍ଧଦେବ ସାହୁ ଓ ଫରେଷ୍ଟଗାର୍ଡ ରଶ୍ମୀରଞ୍ଜନ ରାଉତଙ୍କୁ ଜଂଗଲ ପରିବେଶ ଏବଂ ସଂସଦୀୟ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଏଭଳି ସମ୍ମାନ ପାଇବାପରେ ଜଂଗଲ ସୁରକ୍ଷା ଦିଗରେ କାର୍ଜ୍ୟ କରୁଥିବା କର୍ମରଚାରି ମାନଙ୍କୁ ବନ ସୁରକ୍ଷା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କର୍ମଚାରୀ ମାନଙ୍କୁ ଏହି ସମ୍ବର୍ଦ୍ଧନା ମିଳିବାପରେ ସେମାନେ ଭବିଷ୍ୟରେ ଜଂଗଲ ସୁରକ୍ଷା ଦିଗରେ ଅଧିକ ଜନସଚେତନତା ସୃଷ୍ଟି କରିବେ ବୋଲି କହିଛନ୍ତି । ଏହି ସମ୍ମାନ ଦ୍ୱାରା କର୍ମଚାରୀ ମାନେ ଆଗକୁ ଅଧିକ କ୍ରୀୟାଶୀଳ ହେବେ ବୋଲି ସୁଚନା ଦେଇଛନ୍ତି ।