ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋକିଢିହ ଓ ବାଲିସାହି ଗ୍ରାମର ଦୁଇ ଶତାୟୁ ମତଦାତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କୋକିଢିହର କ୍ଷେତ୍ରମଣୀ ସାହୁ ବୟସ୧୦୨ବର୍ଷ ହୋଇଥିବା ବେଳେ ବାଲିସାହିର ଝୁଲଣୀ ଦେଇଙ୍କ ବୟସ ୧୦୦ବର୍ଷ । ବ୍ଳକର ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ଉଭୟଙ୍କ ଘରେ ପହଂଚି ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ବ୍ଳକଛକ ସ୍ଥିତ ଆଶ୍ରା ଜରାଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଏସଏସଓ ଜ୍ୟୋତିର୍ମୟୀ ଧିର, ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କୁ ବର୍ତମାନ ବହୁ ପରିବାରରେ ଅଣଦେଖା କରାଯାଉଛି । ଯାହା ପାଇଁ ବହୁ ବରିଷ୍ଠ ନାଗରିକ ଘର ଛାଡିବା ପାଇଁ ବାଧ୍ୟ ହେଉଛନ୍ତି । ବରିଷ୍ଠ ନାଗରିକମାନଙ୍କୁ ଘରେ ସମ୍ମାନର ସହ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର । ସେମାନଙ୍କୁ ସମ୍ମାନ ଦେବା ଆମମାନଙ୍କର କର୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଶ୍ରା ଅନୁଷ୍ଠାନର ସମସ୍ତ କର୍ମକର୍ତାମାନେ ପରିଚାଳନା କରିଥିଲେ ।


