ବିଶ୍ୱ ବାଇସାଇକେଲ ଦିବସରେ ହେବ ବିଶାଳ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜୁନ୍ ମାସ ୩ ତାରିଖ ହେଉଛି ବିଶ୍ୱ ସାଇକେଲ ଦିବସ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଶ୍ୱ ସାଇକେଲ ଦିବସ-୨୦୨୨ ପାଳନ କରିବାକୁ ଯାଉଅଛି । ସୂଚନାଯୋଗ୍ୟ, ପ୍ରେସ୍ ସୂଚନା ବ୍ୟୁରୋ, ଭୁବନେଶ୍ୱର, ଆଞ୍ଚଳିକ ଆଉଟରିଚ୍ ବ୍ୟୁରୋ, ଭୁବନେଶ୍ୱର ଏବଂ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ଚନ୍ଦ୍ରଶେଖରପୁରସ୍ଥିତ ପ୍ରେସ୍ ଇନ୍‌ଫରମେସନ୍ ବ୍ୟୁରୋ କ୍ୟାମ୍ପସରୁ ଜୁନ୍ ୩ ତାରିଖ ସକାଳ ୬.୩୦ ମିନିଟ୍ ସମୟରେ ଏକ ସାଇକେଲ୍ ଶୋଭାଯାତ୍ରା ବାହାରିବ । ଏଥିରେ ପାଖାପାଖି ୭୫ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅମଲାତନ୍ତ୍ର, ବରିଷ୍ଠ ଅଧିକାରୀ ଏବଂ ବିଶିଷ୍ଟ କ୍ରୀଡ଼ାବିତ୍ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ନେହେରୁ ଯୁବକେନ୍ଦ୍ର ସଂଗଠନର ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ