ବିଶ୍ୱ ବ୍ରେଲି ଦିବସ ଏବଂ ଲୁଇସ ବ୍ରେଲି ଜନ୍ମ ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିସିଡି ଅନୁକୁଲ୍ୟରେ ଜିଲ୍ଲା ଭିନ୍ନକ୍ଷମ ଅନୁଷ୍ଠାନ ତରଫରୁ ଲୁଇସ ବ୍ରେଲି/ବିଶ୍ୱ ବ୍ରେଲି ଦିବସ ଅନୁଷ୍ଠିତ ହୋଇଥିଲା | ସମର୍ଥ ଅନୁଷ୍ଠାନ ତରଫରୁ ସମର୍ଥ ଅଫିସ ରେ ସମର୍ଥ ସମ୍ପାଦକ ଏବଂ ସଭାପତି ମିଳିତ ପ୍ରୟାସରେ ଜିଲ୍ଲାରେ ବିଭିନ୍ନ ବ୍ଲକ ରୁ ଭିନ୍ନକ୍ଷମ ତଥା ମୁଖ୍ୟତ ୩୫ ଜଣ ମୁଖ୍ୟତଃ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ଏଥରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ କଲ୍ୟାଣୀ ଦାସ ,ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇଥିଲେ | ବ୍ରେଲି ଦିବସ ପାଳନ କରିବା ପାଇଁ ଏବଂ ବ୍ରେଲି ଲିପିକୁ ବୁଗହିଁବା ପାଇଁ ଏବଂ ଶିଖିବା ପାଇଁ ସିସିଡି ଏବଂ ସମର୍ଥ ୨୦୦୪ ମସିହାରୁ ସମସ୍ଥଙ୍କ ପ୍ରୋଛାହନ କରି ଆସୁଛନ୍ତି | ତା ସଂଗେ ସଂଗେ ପ୍ରତି କ୍ଷେତ୍ରରେ ଭିନ୍ନକ୍ଷମ ମୁଖ୍ୟତଃ ଦୃଷ୍ଟି ହୀନଙ୍କ ପାଇଁ ସରକାର ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷିତ କରିଆସୁଛନ୍ତି | ଏହି ୨୧୨ ତମ ଲୁଇସ ବ୍ରେଲି ଜନ୍ମ ଦିନରେ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ଯେ ଆପଣ ମାନେ ଏହି ଭିନ୍ନକ୍ଷମ ଅନୁଷ୍ଠାନକୁ ତଥା ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କୁ ସହାୟତା କରନ୍ତୁ |