ବିଶ୍ୱ ଭ୍ରମଣକାରୀ ମତ୍ସ୍ୟ ଦିବସ ପାଳିତ

ଅନୁଗୁଳ (ଜୁଗାବ୍ଦ ନ୍ୟୁଜ୍‍): ବନ୍ଦାଣପଶି ଦଣ୍ଡଧରବାଟିକାରେ ଓଡ଼ିଶା କୃଷକ ସମନ୍ୱୟ ସମିତି, ଅନୁଗୁଳ ତରଫରୁ ସମିତିର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଭ୍ରମଣକାରୀ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ଭ୍ରମଣକାରୀ ମତ୍ସ୍ୟ ଦିବସ ଉପରେ ଏକ ସଚେତନତା ଶୋଭାଯାତ୍ରା ଓ ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା । ୨୦୧୪ ମସିହା ଠାରୁ ପ୍ରତ୍ୟେକ ବର୍ଷ ଏପ୍ରିଲ୍ ୨୧ ତାରିଖରେ ବିଶ୍ୱ ଭ୍ରମଣକାରୀ ମତ୍ସ୍ୟ ଦିବସ ରୂପେ ପ୍ରଥମେ ବିଶ୍ୱ ଭ୍ରମଣକାରୀ ମତ୍ସ୍ୟ ପ୍ରତିଷ୍ଠାନ ତରଫରୁ ଏହି ଦିବସ ପାଳିତ ହୋଇଥିଲା । ପର୍ଯ୍ୟାୟକ୍ରମେ ଏପ୍ରିଲ୍ ୨୧ତାରିଖକୁ ସାରାବିଶ୍ୱରେ ଏହି ଦିବସ ପାଳିତ ହୋଇଆସୁଛି । ନଦୀରୁ ନଦୀ ଓ ସମୁଦ୍ରକୁ ମତ୍ସ୍ୟମାନେ ସ୍ୱଚ୍ଛନ୍ଦରେ ଭ୍ରମଣରେ ଯାଇ ଫେରିବା ଓ ବଂଶବୃଦ୍ଧି କରିବା ଓ ଏହି ବର୍ଷ ନଦୀ ମଣିଷ ଓ ମାଛକୁ ଏକତ୍ର ଯୋଡ଼ିବା ଉପରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବୁଲ୍ସାକ୍ ମାଛ ନଦୀକୁ ବହୁ ସମୟରେ ଭ୍ରମଣରେ ଆସୁଥିଲେ ମଧ୍ୟ ଖାଦ୍ୟ ଓ ପ୍ରଜନନ ପାଇଁ ସେ ସମୁଦ୍ରକୁ ଆସିଥାଏ । ମାତ୍ର ଭ୍ରମଣକାରୀ ମତ୍ସ୍ୟମାନେ ଆଜି ଅତି ସଙ୍କଟାପନ୍ନ ଅବସ୍ଥାରେ ଜୀବନ ପ୍ରବାହ କରୁଛନ୍ତି । ଯେହେତୁ ନଦୀରେ ସବୁଦିନେ ଜଳପ୍ରବାହ ହୋଇପାରୁନାହିଁଁ ଏବଂ ନଦୀ ଉପରେ ବନ୍ଧ ବାନ୍ଧି ଓ ଜାଲ ବିଛାଇ ଏହାଙ୍କ ଗତିପଥ ରୋକାଯାଉଥିବାରୁ ଏହାଙ୍କ ଜୀବନଚକ୍ର ଉପରେ ବାଧା ସୃଷ୍ଟି ହେଉଛି । ଏଣୁ ଆଜିର ଦିବସରେ ନଦୀରୁ ନଦୀକୁ ଯୋଡ଼ିବା, ନଦୀରେ ସବୁଦିନେ ଜଳପ୍ରବାହ କରାଇବା ଓ ସମସ୍ତ ଆର୍ଦ୍ରଭୂମିର ସଂରକ୍ଷଣ କରିବା ଓ ପୃଥିବୀରେ ଥିବା ପ୍ରାୟ ୩୨୧୫୬ପ୍ରଜାତିର ମାଛ ତନ୍ମ୍ମଧ୍ୟରୁ ଭାରତବର୍ଷରେ ୩୦୯୨ ପ୍ରଜାତିର ମାଛ ଓ ଆମ ଓଡ଼ିଶାରେ ଥିବା ୬୦୦ ପ୍ରଜାତିର ମାଛଙ୍କ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସମିତି ତରଫରୁ ଏକ ଛୋଟ ପ୍ରୟାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ