“ବିଶ୍ୱ ମତ୍ସ୍ୟ ଦିବସ ପାଳିତ”

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ଅତିରିକ୍ତ ମତ୍ସ୍ୟଅଧିକାରୀ (ସାମୁଦ୍ରିକ ) ଗଞ୍ଜାମଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ମତ୍ସ୍ୟଅଧିକାରୀ ସୁବ୍ରତ କୁମାର ପଟନାୟକଙ୍କ ପୌରହିତ ରେ କୋଭିଡ ନିୟମ ପ୍ରକାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି | ଅନୁଷ୍ଠିତ ଏହି ଉତ୍ସବରେ ମତ୍ସ୍ୟ ଉପ ନିର୍ଦେଶକ (ଗଞ୍ଜାମ ଜୋନ ) ହେମନ୍ତ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିବା ସହ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀ ମାନଙ୍କୁ ଅଵଗତ କରାଇଥିଲେ l ଏହା ସହ ସଠିକ ହିତାଧିକାରୀ ମାନେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ପାଇପାରିବେ ସେ ସମ୍ପର୍କ ରେ ସଚେତନତା କରାଇଥିଲେ ଶ୍ରୀ ଦାଶ l ଏପରିକି ମତ୍ସ୍ୟଜୀବି ମାନେ ଦୈନିକ ସମୁଦ୍ର କୁ ମାଛ ମାରିବା ପାଇଁ ଯାଉଛନ୍ତି | ବେଳେ ବେଳେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ତେଣୁ ସେମାନେ ବୀମା କରିବାକୁ ନିବେଦନ କରିଛନ୍ତି | ବୀମା କରିଲେ ବୀମା ରାଶି ମିଳିବ ନଚେତ ମିଳିବ ନାହିଁ ବୋଲି କହିଥିଲେ | ଏହି ଅବସର ରେ ମତ୍ସ୍ୟଜୀବୀନେତା ବି. ସୀମାଦ୍ରୀ, ଏ. କାଳିଆ, ଲିଙ୍ଗରାଜ ବେହେରା, ଡବ୍ଲୁ. ସୀମାଦ୍ରୀ, ଏମ. ଆଦିନାରାୟଣ, ପି. ଜାଙ୍ଗାଲୀ, ବି. ଦାନେୟା, କାହ୍ନୁ ଚାରଣ ବେହେରା, ଡବ୍ଲୁ. କାସିଙ୍କ ସମେତ ବହୁ ମତ୍ସ୍ୟଜୀବୀ, ହିତାଧିକାରୀ, ସମବାୟ ସମିତି ର କର୍ମକର୍ତ୍ତା ଏବଂ ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ସେମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ବିଭାଗ ର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ସହକାରୀ ମତ୍ସ୍ୟଅଧିକାରୀ ବିଶ୍ୱ ଭୂଷଣ ଜେନା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥବା ବେଳେ ସହକାରୀ ମତ୍ସ୍ୟଅଧିକାରୀ (ଗୋପାଳପୁର )ଖଗେନ୍ଦ୍ର ନାଥ ରଣା ଙ୍କସମେତ କାର୍ଯ୍ୟାଳୟ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭାଗ ର ବିଭିନ୍ନ ସ୍କିମ ଉପରେ ଏକ ପ୍ରୋଜେକ୍ଟର ମାଧ୍ୟମରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ