ବିଶ୍ୱ ମତ୍ସ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଏଗ୍ରିକଲଚର ରିସର୍ଚ୍ଚ ଫାର୍ମ CUTM ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମତ୍ସ୍ୟ ଅଧିକାରିଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା , ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଗିରିଶ ମହାନ୍ତି, ଉଦ୍ୟାନ ଉପ ନିର୍ଦ୍ଦେଶକ ଙ୍କ ସମେତ ବହୁ ଅଧିକାରୀ ଓ CUTM ମତ୍ସ୍ୟ ବିଭାଗର ଡିନ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ୬୦ ଜଣ ମତ୍ସ୍ୟ ଚାଷି ଉପସ୍ଥିତ ଥିବା ର ଜଣା ପଡ଼ିଛି । ପ୍ରତ୍ୟେକ ଜିଲ୍ଲାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର ହୋଇ ଥିବାବେଳେ ଗଣମାଧ୍ୟମକୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ନ ଦେବା ସମସ୍ତଙ୍କୁ ଚକିତ କରିଛି । ଏପଟେ ରାଜ୍ୟ ସରକାର ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖୀ କରିବା ପାଇଁ ଗଣମାଧ୍ୟମକୁ ଗୁରୁତ୍ୱ ଦେଉଥିବା ବେଳେ ମତ୍ସ୍ୟ ବିଭାଗ ସୂଚନା ନ ଦେବା ସମସ୍ତଙ୍କୁ ଚକିତ କରିଛି ।


