ବିଶ୍ୱ ମହାସାଗର ଦିବସରେ ବଟେଶ୍ୱର ବେଳାଭୂମି ସଫେଇ

ଗଞ୍ଜାମ, (ବିନୋଦ ପଲାଇ):ବିଶ୍ୱ ମହାସାଗର ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ବେଳାଭୂମି ସଫେଇ କରିଛନ୍ତି ଗଞ୍ଜାମ ଇକୋ ୱାରିୟର। ପ୍ରତିବର୍ଷ ଜୁନ ଆଠ ତାରିଖକୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷର ବିଷୟବସ୍ତୁ ହେଉଛି “ଗ୍ରହ ମହାସାଗର: ଜୁଆର ପରିବର୍ତ୍ତନ” । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଏହି ଦିନକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଜୈବ ବିବିଧତା, ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସମ୍ବଳର ଅନୈତିକ ବ୍ୟବହାର ଏବଂ ସମୁଦ୍ର ଦ୍ୱାରା ଆସୁଥିବା ବିଭିନ୍ନ ପ୍ରକାରର ଆହ୍ବାନ ବିଷୟରେ ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଏହି ପରିପ୍ରେକ୍ଷୀରେ ଗଂଜାମ ଇକୋ ୱାରିୟର ପକ୍ଷରୁ ବଟେଶ୍ୱର୍ ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ ଆବର୍ଜନା ସଫେଇ ସହ ସଚେତନତା କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସିମାଞ୍ଚଳ ଦାସ, ପ୍ରଭାତ ବିଶ୍ଵାଳ, ଦୁର୍ଯ୍ୟଧନ ରେଡ୍ଡୀ, ଦୁର୍ଗାମାଧବ ପାଣିଗ୍ରାହୀ, ପ୍ରଣବ କୁମାର ପ୍ରଧାନ,ଗୁରୁନାଥ ରେଡ୍ଡୀ, ଅଖିଳ ତରାଇ, ସନ୍ତୋଷ ତରାଇ,ଅକ୍ଷୟ ପଲାଇ ଏବଂ ବଳରାମ ରେଡ୍ଡୀ ପ୍ରମୁଖ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ