ବିଶ୍ୱ ମହିଳା ଦିବସରେ ବିଜେପିର ସମ୍ବର୍ଦ୍ଧନା ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ହୋଟେଲ ରୟାଲ କୁଇନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ମହିଳାଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ଡ଼ାକ୍ତର ଗୀତା ଗିରି, ମାଟି ଶଙ୍ଖ କାରିଗର ବିମଳା ରଥ, ଶିକ୍ଷାବିତ ନମିତା ଗିରି, ଜଉ କଣ୍ଢେଇ କାରିଗର କନକଲତା ଦାସ, ସମାଜସେବୀ ସୁଚିତ୍ରା ବେହେରା, ଇତିଶ୍ରୀ ମାଝୀ, ସ୍ୱାସ୍ଥ୍ୟକର୍ମୀ ଝାନ୍ସୀରାଣୀ ଦଳାଇ, ମହିଳା କ୍ରିକେଟର ଏସବି ଲୋରେନ୍ସ, ଏସବି ସିମ୍ରନ, କିନ୍ନର ସ୍ୱେଚ୍ଛାସେବୀ ପ୍ରିୟା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତଙ୍କୁ \’ସୁଷମା ସ୍ୱରାଜ\’ ପୁରସ୍କାର ପ୍ରଦାନ କରାଯାଇଅଛି । ବିଜେପି ଜିଲ୍ଲା ସଭାତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ର୍ଶୁରାମ ପରିଡ଼ା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସଂଯୁକ୍ତା ମହାପାତ୍ର, ମାଳତୀ ନାୟକ, ଜିଲ୍ଲା ଉପ-ସଭାନେତ୍ରୀ ମୀନାକ୍ଷୀ ମହ।।ତ୍ର, ସିପ୍ରା ମହାପାତ୍ର, ମମତା ମହାପାତ୍ର, ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ସୁଶାନ୍ତ ବେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହ।।ତ୍ର, ଉପସଭାପତି ସୁବୋଧ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।