ବିଶ୍ୱ ମହିଳା ଦିବସ ପାଳନ କଲା ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଭା ସମିତିରେ ଭାଷଣ ଦେଉଥିବା ବେଳେ ଦୀର୍ଘ ୩୬ ଦିନ ଧରି ରାଜରାସ୍ତାରେ ବସି ଗଣଧାରଣାରେ ବସିଥିବା ସବୁଜ ପତ୍ରିକାଧାରୀ ମା’ ଭଉଣୀମାନଙ୍କ କଥାକୁ କର୍ଣ୍ଣପାତ ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି ସରକାର । ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବିଷୟ ପରିତାପର ବିସୟ ପାଲଟିଛି । ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ତରଫରୁ ସବୁଜ ପତ୍ରିକାଧାରୀ ମହିଳାଙ୍କ ମୌଳିକ ଅଧିକାର ପାଇଁ ଦୀର୍ଘବର୍ଷ ଧରି ବାରମ୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇ ପ୍ରତିଶ୍ରୁତି ପାଇ ପ୍ରତାରିତ ହେଉଛନ୍ତି ଦୀର୍ଘ ୩୬ଦିନ ହେବ ଗଣଧାରଣାରେ ବସିଛନ୍ତି ସବୁଜ ପତ୍ରିକାଧାରୀ । ଓଡ଼ିଶାର କୋଣଅନୁକୋଣରୁ ସହସ୍ରାଧିକ ମହିଳା ରାଜରାସ୍ତାରେ ବସି ରହିଥିବା ବେଳେ ଓଡ଼ିଶାର ଶାସକ ଓ ପ୍ରଶାସକମାନେ ନିଜର ମନୋମୁଖୀ କାମ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଓ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଗଠିତ ମହିଳା କମିଶନର ଜଣେ ସଦସ୍ୟାଙ୍କୁ ଦଳୀୟ ବିଧାୟକ ଅସମ୍ମାନ କରିବା ଓ କଥାକୁ ଚପାଇ ଦେବାକୁ ପ୍ରଚେଷ୍ଟା କରି ବିଫଳ ହେବା ପରେ ଦଳିତ ମହିଳା ସଦସ୍ୟା ତଳୋତ୍ତମା ନାୟକ ଦଳରୁ ଇସ୍ତଫା ଦେବା ଦଳର ମହିଳା ପ୍ରୀତିକୁ ପଦାରେ ପକାଇ ଦେଇଛି ବୋଲି ରାସ୍ତାଘାଟରେ ଚର୍ଚ୍ଚା ହେଉଛି । ଏହିଭଳି ପରିସ୍ଥିତି ଉପୁଜିଲେ ଆଗାମୀ ଦିନରେ ମହିଳା ଭୋଟକୁ ହାତେଇବାକୁ ଚେଷ୍ଟିତ ଥିବା ବିଜେଡିର ସ୍ଥିତି କ’ଣ ହେବ ଏହା ଜଳ ଜଳ ହୋଇ ଦେଖାଯାଉଛି । ଆଜି ବିଶ୍ୱ ମହିଳା ଦିବସରେ ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷା କଥା କହୁଥିବା ସରକାର ବାସ୍ତବରେ କାର୍ଯ୍ୟ କରି ଦେଖାନ୍ତୁ ବୋଲି ଆଜିର ମହିଳା ଦିବସ ପାଳନ ସଭାରେ ଦାବି ହୋଇଛି । ଯଦି ସରକାର ବାସ୍ତବରେ ମହିଳା ଓ ମହିଳା ସଂଗଠନଗୁଡ଼ିକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଦାବି ପ୍ରତି ଯତ୍ନବାନ ନ ହୁଅନ୍ତି, ତେବେ ଆଗାମୀ ଦିନରେ ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ ବୋଲି ସବୁଜ ପତ୍ରିକାଧାରୀ ମହିଳାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସମ୍ପାଦକ ଦେବରାଜ ନାୟକ ସଭାପତିତ୍ୱ କରି କହିଥିଲେ ଯେ, ରାଜ୍ୟରେ କେତେଜଣ ସବୁଜ ପତ୍ରିକାଧାରୀ ଆଦର୍ଶ ମହିଳା ତାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ସମ୍ବାଦପତ୍ର ମାନଙ୍କରେ ଯେଉଁ ବ୍ୟକ୍ତି ସୂଚନା ଦେଇ ସରକାର ଅପାରଗ ବୋଲି ପ୍ରମାଣ କରିଛି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି କରାଯାଇଛି । ପରିଷଦ ସଂଗଠନର ସମ୍ପାଦକ ଶ୍ରୀ ଅରୁଣ କୁମାର ସ୍ୱାଇଁ ପରି•ଳନା କରିଥିଲେ । ସଭାରେ ବିଭିନ୍ନ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକାମାନଙ୍କ ସହ ବ୍ଲକ, ପଞ୍ଚାୟତର କର୍ମକର୍ତ୍ତା ଯଥା ରାଧା ବାଗ, ରମା ମହାନନ୍ଦା, ଗୀତାଞ୍ଜଳି ସ୍ୱାଇଁ, ଦିବ୍ୟଲତା ରାଉତ, ସସ୍ମିତା ଲେଙ୍କା, କୁଞ୍ଜଲତା ମହାନ୍ତି, ନରେଶ ସାହୁ, ମିନାକ୍ଷୀ ସାହୁ, ବଳରାମ ମହାରଣା, ସସ୍ମିତା ମିଶ୍ର, ନାରାୟଣ ନାୟକଙ୍କ ସମେତ ସହସ୍ରାଧିକ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ