ବିଶ୍ୱ ମାତୃତ୍ୱ ଦିବସରେ ନିରାଶ୍ରୟା ଭି ଲକ୍ଷ୍ମୀଙ୍କୁ ସାହାଯ୍ୟ

ଭୁବନେଶ୍ୱର : ଧାର୍ମିକ ସହର ପୁରୀରେ ଫନୀର ପ୍ରଭାବ ଥିଲା ଅଦ୍ଭୁତପୂର୍ବ । ବାତ୍ୟାର ପ୍ରକୋପ ଏତେ ଥିଲା ଯେ ଧନୀ, ଗରିବ ସମସ୍ତଙ୍କୁ ଏହାର କଷଣ ସହିବାକୁ ପଡ଼ିଲା । ପୁରୀ ସମୁଦ୍ର କୂଳରେ ଥିବା, ସୋନାର ବାଙ୍ଗଲା ହୋଟେଲ ସମ୍ମୁଖରେ ଏକ ଛୋଟିଆ କ୍ୟାବିନ୍ରେ ଚକୋଲେଟ, ବିସ୍କୁଟ୍ ବିକ୍ରି କରୁଥିବା ନିରାଶ୍ରୟା ବୁଦ୍ଧା ଭି. ଲକ୍ଷ୍ମୀ ପରିଣତ ବୟସରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ବାତ୍ୟା ଖବର ଶୁଣି ମଧ୍ୟ ଏହାର ପ୍ରଭାବ ନଜାଣି ସବୁଦିନ ପରି ନିଜର ଦୋକାନ ବନ୍ଦ କରି ଫେରି ଯାଇଥିଲେ ନିଜ ଗଉଡ଼ବାଡ଼ିସ୍ଥିତ ଆଜବେଷ୍ଟ ଘରକୁ ବାତ୍ୟା ପୂର୍ବଦିନ ରାତିରେ । କିନ୍ତୁ ପରିସ୍ଥିତି ଥିଲା ଭିନ୍ନ । ସକାଳୁ ବାତ୍ୟାର ପ୍ରଭାବରେ ନିଜ ଘର ତ ଭୁଷୁଡ଼ି ଯାଇଥିଲା ତା ସହିତ ଉଜୁଡ଼ି ଯାଇଥିଲା ତାଙ୍କ ବେଉସା । ବାତ୍ୟା ଛାଡ଼ିଯିବା ପରେ ନିଜ ବେଉସାସ୍ଥଳକୁ ଯାଇ ଭି. ଲକ୍ଷ୍ମୀ ପହଞ୍ôଚ ଦେଖିଥିଲେ ଛୋଟିଆ କ୍ୟାବିନ୍ଟା ତାଙ୍କର ନାହିଁ, କେବଳ କିଛି ଚକୋଲେଟ, ବାଲି ଆଉ ବାଲିସ୍ତୁପ । ଯେତେ ଖୋଜିଲେ ଓ ଖୋଳିଲେ ବି ପତ୍ତା ମିଳିନଥିଲା ତାଙ୍କ ଛୋଟ କ୍ୟାବିନ୍ଟି । ସେହିଦିନ ଠାରୁ ବିକଳ ହୋଇ ସବୁଦିନ ଦୌଡ଼ିଆସନ୍ତି ସମୁଦ୍ର କୂଳକୁ କାଳେ କ୍ୟାବିନ୍ଟି ମିଳିିଯିବକି? ଏହି ପରିସ୍ଥିତିରେ ଖବର ପାଇ ରାଜ୍ୟ ନାଗରିକ ସମାଜ ତରଫରୁ ଅଧ୍ୟକ୍ଷ ପ୍ରକାଶ ରଥ ଓ ସମାଜସେବୀ ରାଜେଶ ବେହେରା ତାଙ୍କ ଠିକଣା ଖୋଜି ତାଙ୍କୁ ଆର୍ଥିକ ସହାୟତା ସହିତ ଲୁଗାପଟା ପ୍ରଦାନ କରାଯାଇଥିଲା । ଆଗକୁ ତାଙ୍କ କ୍ୟାବିନ୍ ଓ ସାମଗ୍ରୀ ପାଇଁ ଅଧିକ ଅର୍ଥ ନିକଟରେ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।
ଏଥି ସହିତ ଏହି ବାତ୍ୟା ପରିସ୍ଥିତିରେ ରାଜ୍ୟ ନାଗରିକ ସମାଜ ତରଫରୁ ଗତ ତିନିଦିନ ଧରି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଚଣ୍ଡି ବ୍ରହ୍ମପୁର, ରୁଷିପଡ଼ା ଗ୍ରାମ ତଥା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ନିକଟସ୍ଥ ଦଳିତ ସାହିତ ସମୂହ ତଥା କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ବ୍ଲକର କୁଳସିଠାଳୋରେ ବାତ୍ୟାରେ ଅତ୍ୟନ୍ତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚୁଡ଼ା, ଚିନି, ବିସ୍କୁଟ, ଦିଆସିଲ୍, ମହିଳା ଓ ପୁୁରୁଷଙ୍କ ପାଇଁ ଲୁଗା, ଗାମୁଛା ପ୍ରଭୃତି ବଣ୍ଟନ କରାଯାଇଥିଲା । ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ, ସମାଜସେବୀ ଇନ୍ଦିରା ଦାଶ, ରାଜେଶ ବେହେରା, ସରୋଜ ଦାସ, ନିରଞ୍ଜନ ନାୟକ, ପଲ୍ଲବୀ ମଙ୍ଗରାଜଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଏହି ସହାୟତା ପ୍ରଦାନ କରାଯାଇଥିଲା । ଆଗକୁ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ନାଗରିକ ସମାଜ ତରଫରୁ ଅତ୍ୟନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ସହୟତା ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ରଥ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ