ବିଶ୍ୱ ମାତୃଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଅନୁଷ୍ଠାନ ରେ “ବିଶ୍ୱ ମାତୃଭାଷା ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ଓଡିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ. କଲ୍ୟାଣୀ ମିଶ୍ର ଯୋଗଦେଇଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରିଲେ ଆଶାଲତା ପାଣିଗାରୀ, ଭାଗବତ ପାଢୀ, ଜଗଦୀଶ ଚନ୍ଦ୍ର ମହାପାତ୍ର, ସ୍ୱର୍ଣ୍ଣପ୍ରଭା ପାଠୀ, ମୀନା କୁମାରୀ ଟହଲ, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ । ସମସ୍ତ ବକ୍ତା ସରକାରୀ ସ୍ତରରେ ଓଡିଆ ଭାଷା ବ୍ୟବହାର ହେଉନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ଓଡିଆ ସେମାନଙ୍କର ସମସ୍ତ ନିମନ୍ତ୍ରଣପତ୍ର ହେଉକି ଚିଠି ଆଦାନ ପ୍ରଦାନ ଓଡିଆରେ ଲେଖିବା ଓ ଓଡିଆରେ କଥା ଭାଷା ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଓଡିଆ ଭାଷାର ସୁଦ୍ଧତା ଉପରେ ସେ ଗୁରୁତ୍ୱ ଆରୋପ କରି ସାହିତ୍ୟ ଲୋକ ତୁଣ୍ଡର ଭାଷା ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁରଲୀ ପରିଚ୍ଛା ଓ ଶରତଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ବୈଠକ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ବକୃତା, ପ୍ରବନ୍ଧ, ଅନ୍ତାକ୍ଷରୀ, ଆଶୁ କବିତା ଲିଖନ, ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଗୁଡିକର ଆୟୋଜନ କରାଯାଇ ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାତୃଭାଷା ଶିକ୍ଷଣ କରୁଥିବା ଆଚାର୍ଯ୍ୟ ଆଚାର୍ଯ୍ୟା ଯଥା ଗୋପାଳ କୃଷ୍ଣ ପଣ୍ଡି, ସୁନିଲ କୁମାର ପରିଡା, ମମତା ମହାପାତ୍ର, ସୁନିତି ସାହୁ, ଶୈଳେଷ୍ଟା ଖଡ୍ଗ ରାୟ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷିକାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ