ବିଶ୍ୱ ମାନବ ଅଧିକାର ଦିବସ, ଅଧିକାର କ୍ଷୁଣ୍ଣ ନହେଉ

ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଭାରତରେ କରୋନାରେ ମୃତ୍ୟୁ ହେଉଥିବାରୁ କରୋନା ସଚେତନତା ହିଁ ମୁଖ୍ୟ କାର୍ଯ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । କରୋନାକୁ ନଦୂରାଇଲେ, ମାସ୍କ ନପିନ୍ଧିଲେ, ସାନିଟାଉଜ୍ ହୋଇ ନରହିଲେ ଅନ୍ୟର ଅଧିକାର କ୍ଷୁଣ୍ଣ ହେବ । ଏଥି ପାଇଁ ସର୍ବଦା ମାସ୍କ ବ୍ୟବହାର କରିବା ସାମାଜିକ ଦୂରତା ରଖିବା, ହାତକୁ ସାନିଟାଇଜ୍ କରିବା ପାଇଁ ସଂଘଠନର କର୍ମକର୍ତାମାନେ କହିଥିଲେ । ଏନେଇ କରୋନା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ପୂର୍ବାହ୍ନରେ ମାଉସିମା’ ଛକରୁ ରଥ ଦାଣ୍ଡ, ବିବେକାନନ୍ଦ ମାର୍ଗ ପରିକ୍ରମା କରାଯାଇଥିଲା । ସଂଘଠନର ରାଜ୍ୟ ସଭାପତି ଗଦାଧର ଦାସ ଓ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁଙ୍କ ପରିଚାଳଣାରେ ଏହି ଶୋଭାଯାତ୍ରାରେ ବିଧାୟକ ସୁରେଶ କୁମାର ରାଉତରାୟ, ଶିକ୍ଷାବିତ୍ ପ୍ରସନ୍ନ କୁମାର ଚୌଧୁରୀ, ଜୟ କୃଷ୍ଣ ମଲିଆ, କପିଳ ପଣ୍ଡା, ଜ୍ଞାନ ପ୍ରକାଶ ପାଲ, ସଞ୍ଜିବ କୁମାର ସାହୁ, ଶକ୍ତି ପ୍ରସାଦ ସାହୁ, ଦେବାଶିଷ ପାଣିଗ୍ରାହୀ, ଶ୍ରୀକାନ୍ତ ନାୟକ, ବ୍ରଜ ନାୟକ, ଶଶି ଭୂଷଣ ଦାସ, ନରେନ୍ଦ୍ର ମଲ୍ଲ, ପ୍ରଭାତ କୁମାର ସାହୁ ଓ ବହୁ ସଭ୍ୟସାମିଲ ହୋଇଥିଲେ । କରୋନା ସଚେତନତା ଓ ମାସ୍କ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ