ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ମାନସିକ ସଚେତନତା ରଥକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉଦଘାଟନୀ ଉତ୍ସବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗ ଅଧିକାରୀ ଶ୍ରୀକାନ୍ତ ସେଠୀ, ମାନସିକ ପରିଦର୍ଶକ ଶ୍ରୀ ରୁଦ୍ର ନାରାୟଣ ଦାସ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ମାନସିକ ରୋଗର ପ୍ରତିକାର ସମ୍ବନ୍ଧରେ ସଚେତନ କରାଇବ । ଏକ ସୁସ୍ଥ ମନ ସବୁଠାରୁ ବଡ ଧନ ଭାବେ ପରିଗଣିତ ହୋଇଥାଏ ଏଣୁ ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଜନସାଧାରଣ ଏ ସମ୍ପର୍କରେ ସଚେତନ ହୋଇ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ଅତିଥିମାନେ କହିଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଶ୍ରୀ ରମଣୀକାନ୍ତ ଭଞ୍ଜଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ