ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ତାଲୁକା ଆଇନ ସେବା ସମିତିର ଜିଲ୍ଲା ଅଧକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଲିଗାଲ ସର୍ଭିଶ ଅଥରିଟି ଏବଂ କନ୍ଧମାଳ ଜିଲ୍ଲା ତାଲୁକା ଆଇନ ସେବା ସମିତି ସହଯୋଗରେ ବାଲିଗୁଡାସ୍ଥିତ ବନବାସୀ ସେବା ସମିତି ର ସଭାଗୃହଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ତାଲୁକା ଆଇନ ସେବା ସମିତିର ଅଧକ୍ଷ ଦିଲ୍ଲିପ କୁମାର ବିଶ୍ୱାଳ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନ ପ୍ରାଧିକରଣର ସଚିବ ଅନୁଶିଳା ରଏ ,ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ଅଦ୍ୱେଶ୍ୱା ମହାପାତ୍ର କାଉଂସିଲର ସିସିଆଇ ବାଲିଗୁଡା ଏବଂ ଅଶୋକ କୁମାର ପ୍ରଧାନ ପାରାଲିଗାଲ ସ୍ୱେଛାସେବୀ,ଡିିଏଲଏସ ଫୁଲବାଣୀ ପ୍ରମୁଖ ମଂଚାସୀନ ଥିଲେ । ମାନସିକ ରୋଗାଗ୍ରସ୍ତ ରୋଗୀମାନେ କିଭଳି ଭାବେ ନିଜର ମାନସିକ ସ୍ୱାସ୍ଥ୍ୟକୁ ଠିକ ଭାବରେ ବିନିଯୋଗ କରିପାରିବେ ସେଥିପ୍ରତି ବକ୍ତବ୍ୟ ରଖିଥିଲେ ଅତିଥିଗଣ । ଏଥିରେ ଛାତ୍ରଛାତ୍ରୀ ସମେତ ଅନେକ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।