ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ ୧୦ ଘଟିକା ସମୟରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ମିତବ୍ୟୟିତା ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଞ୍ଚୟ ମନୋବୃତ୍ତି ଜାଗ୍ରତ କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ବିଶେଷ କରି ନିଜ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ ଅଧିକୃତ ଓ ପଞ୍ଜୀକୃତ ସଂସ୍ଥା ବା ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍‌ରେ ଅର୍ଥ ଜମା ରଖିବାକୁ ଆହ୍ୱାନ ଦିଆଯାଇଥିଲା । ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ବରିଷ୍ଠ ରାଜସ୍ୱ ସହାୟିକା ରିନା ନାଥ ଓ ପୋଷ୍ଟାଲ ଏଜେଣ୍ଟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସଚେତନତା ରଥ ସହର ଏବଂ ବ୍ଲକରେ ସ୍ୱଳ୍ପ ସଞ୍ଚୟ ଲିଫଲେଟ୍ ବଣ୍ଟନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ