ବିଶ୍ୱ ମୃତ୍ତିକା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ ଗୃହ ଠାରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଏବଂ ଜିଲ୍ଲା କୃଷି ଓ କୃଷକ ଶସକ୍ତିକରଣ ବିଭାଗର ମିଳିତ ସହଯୋଗରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାମଗିରି ଜିଲ୍ଲାପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ, ବିଧାୟକ ପ୍ରତିନିଧି ତଥା ଜିଲ୍ଲାପରିଷଦ ସଭ୍ୟ ଯାକୋବ ମାଝୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରିନିଏସ ପ୍ରଧାନ, ଜିଲ୍ଲା ଉଦ୍ୟାନ ବିଭାଗର ଡିଡିଏଚ୍ କେ. ସୁଦର୍ଶନ, ଆତ୍ମର ଡିପିଡି ସନ୍ତୋଷ ମହାରଣା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠବୈ ଜ୍ଞାନିକ ଏସ୍. ପରମଗୁରୁ, ଆର୍.ଉଦୟଗିରି ବନାଞ୍ଚଳର ରେଞ୍ଜର ରମାକାନ୍ତ ରଇତ, ଆର୍.ଉଦୟଗିରି ଆତ୍ମା ଅଧ୍ୟକ୍ଷ ଭୀମ ପାଇକ, ସମିତି ସଭ୍ୟ ନବୀନ ରଇତ, କେ. ସିଏଚ୍. ଗୌଡ ପ୍ରମୁଖଙ୍କ ସହ ଆର୍.ଉଦୟଗରି, ନୂଆଗଡ, ମୋହନା ବ୍ଲକାଞ୍ଚଳରର ସହକାରୀ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତ୍ୟବ୍ୟରେ ମୃତ୍ତିକା ସଂରକ୍ଷଣ, ଆବଶ୍ୟକ ଉପଚାର, ମୃତ୍ତିକା କ୍ଷୟ ହେଲେ କି ପ୍ରଭାବପଡେ ଆଦି ଆଲୋଚନା କରିବା ସହ ମୃତ୍ତିକା ଦ୍ୱାରା ଚାଷ ଉତ୍ପାଦନ ବୃଦ୍ଧିପାଇବା ସହ ଚାଷୀମାନେ ଆର୍ଥିକ ଭାବେ ଉନ୍ନତି କରିବାକୁ ହେଲେ ମୃତ୍ତିକା ପରୀକ୍ଷା କରିବା, ମାଟିର ଉର୍ବରତା ଏବଂ ମୃତ୍ତିକା ପରୀକ୍ଷାର ରିପୋର୍ଟ ଅନୁସାରେ କିପରି ଏବଂ କେଉଁ କେତେ ପରିମାଣର ସାର ପ୍ରୟୋଗ କରାଯିବ ସେନେଇ ବୁଝାଇଥିଲେ । ଏହାସହ ମାଟିର ସୁରକ୍ଷା କରି ମାଟିର ଉର୍ବରତାକୁ ବୃଦ୍ଧି କରିବାପାଇଁ ମୃତ୍ତିକା ପରୀକ୍ଷଣ ନିହାତି ଆବଶ୍ୟକ ବୋଲି କହିଥିଲେ । ସେହିପରି ମାଟିର ଜୌବିକ ଗୁଣ କମିଗଲେ ଫସଲ ଉତ୍ପାଦନରେ କିପରି ପ୍ରଭାବ ପଡିଥାଏ ସେ ବିଷୟରେ ସେ ବୁଝାଇଥିଲେ । ମୃତ୍ତିକା ପରୀକ୍ଷା ଚାଷୀଙ୍କ ଫସଲ ଉତ୍ପାଦନକୁ ଅଧିକ ସହାୟକ କରିଥାଏ ବୋଲି ନିଜ ନିଜର ମତ ଦେଇଥିଲେ ।


