ବିଶ୍ୱ ମ୍ୟାଲେରିଆ ଦିବସ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଜି ଅର୍ଥାତ୍ ଏପ୍ରିଲ ୨୫ ତାରିଖକୁ ପ୍ରତିବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଇଥାଏ । ମ୍ୟାଲେରିଆକୁ କିପରି ନିୟନ୍ତ୍ରଣ କରିବା ସେ ଦିଗରେ ବିଶ୍ୱସ୍ତରରେ ଉଦ୍ୟକୁ ତ୍ୱରାନ୍ୱିତ କରିା ଉଦ୍ଦେଶ୍ୟ ନେଇ ଆଜିର ଏ ମ୍ୟାଲେରିଆ ଦିବସକୁ ପାଳନ କରାଯାଇଥାଏ । ମ୍ୟାଲେରିଆ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଜାଗୃତ କରିବା ନେଇ ପ୍ରତ୍ୟେକ ବର୍ଷ ଏହି ଦିନଟି ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଏ । ନିଜକୁ ମ୍ୟାଲେରିଆ ମୁକ୍ତ ରଖି ଏହି ରୋଗର ସମ୍ପୂର୍ଣ୍ଣ ନାଶ କରିବାର ପାଇଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ରୋଗ ମାଈ ଏନୋଫିଲିସ ମଶା ଦ୍ୱାରା ଜଣେ ମ୍ୟାଲେରିଆ ରୋଗୀ ଠାରୁ ଆଉ ଜଣେ ସୁସ୍ଥ ଲୋକକୁ ଆକ୍ରାନ୍ତ କରିଥାଏ । ପରିବେଶ ପାରିପାଶ୍ୱିର୍କ ସଫା ରଖିବା ଦ୍ୱାରା ଏହି ମଶାର ପାଦୃଭାବ କମିବା ସହ ଏହି ମଶା ଲୋପ ପାଇଥାଏ । ତେଣୁ କରି ପରବେଶ ପରିଷ୍କାର ରଖିବା ସହ କୌଣସି ସ୍ଥାନରେ ପାଣି ଜମା ନ ରଖିବା ଓ ସଫା ସୁତରା ରଖିବା ଏହି ଦିବସ ପାଳନର ମୂଳଲକ୍ଷ୍ୟ ଅଟେ ।