ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ଫୁଲବାଣୀ ସହର ର ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଅଛି I ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଏ ଜେ ଓ ହାଇସ୍କୁଲ ର ଦିଲ୍ଲୀପ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ରାକେଶ ବିଶୋଇ, ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି,ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛା ସେବୀ ଚନ୍ଦ୍ର ମଣି ଦେହୁରୀ, ରୀତିମା ବାଘ, ସିବେନ୍ଦ୍ର ଡିଗାଲ, ସୁଭଦ୍ରା ମଲ୍ଲିକ ପ୍ରମୁଖ ଯୋଗ ଦେ ଇ ଥିଲେ 1 ଅନୁଠିତ କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ର ଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେ ଇ ଥିଲେ ଛାତ୍ର ଛାତ୍ରୀ ମାନଙ୍କ ର ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା I ଏଥିରେ ସ୍ମୃତିରେଖା ପାତ୍ର ପ୍ରଥମ, ଗୁଣ୍ଡିଚା ରାଣୀ କହ୍ନର ଦ୍ୱିତୀୟ ଏବଂ ରାକେଶ ସାମଲ ତୃତୀୟ ହୋଇ ଥିଲେ I ମୁଖ୍ୟ ଅତିଥି ଅନୁ ଥିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବ ଗତ କରିଥିଲେ  I ବୈଠକରେ ରନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳ ବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମନି ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ 1

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ