ବିଶ୍ୱ ରକ୍ତଦାତା ଦିବସରେ ଜୀବନବିନ୍ଦୁ ରକ୍ତଦାନ ଶିବିର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପ୍ରତିବର୍ଷ ବିଶ୍ୱରେ ଜୁନମାସ ୧୪ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ । ରକ୍ତଦାନ ଜୀବନ ଦାନ । ରକ୍ତଦାତା ଜୀବନ ଦାତା । ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତା ଜରୁରୀ ଅଟେ । କରୋନା ମହାମାରୀ ସଙ୍କଟ ସମୟରେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ଆଜିର ଦିବସରେ ଏକ ପବିତ୍ର ଓ ମହାନ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନରେ ଏବଂ ବିଧାୟକ ଶଶୀଭୂଷଣ ବେହେରାଙ୍କ ପରାମର୍ଶ କ୍ରମେ କରୋନା ଲକ ଡାଉନ ଜାରି ରହିଥିବା ବେଳେ ଜୀବନବିନ୍ଦୁ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଜାରି ରହି ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତାକୁ ପୁରଣ କରିପାରିଛି ଜୀବନବିନ୍ଦୁ । ଆଜି ସଟଡାଉନ ଥିବା ବେଳେ ଏବଂ ପ୍ରତିକୂଳ ପାଗ ସତ୍ୱେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାର ପରିସରରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ସଂଯୋଜକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଉଭୟ ଦମ୍ପତି ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମିଶ୍ର ରକ୍ତଦାନ କରି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସାମିଲ ହେବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ସମାଜ ପାଇଁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରପାଳ ରୋସ୍ôନା ସାହୁ,ମନୋଜ କୁମାର ସାହୁ,ରମାକାନ୍ତ ମହାନ୍ତି,ସରିତସଙ୍ଗମ ସ୍ୱାଇଁ ପ୍ରମୁଖ ସ୍ୱେଛାକୃତ ରକ୍ତଦାନ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ, ରାଜୀବ ଲେଙ୍କାଙ୍କ ସହ ଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ