ବିଶ୍ୱ ରକ୍ତଦାତା ଦିବସରେ ୩୦ ୟୁନିଟ ରକ୍ତ ସଂଗୃହିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଶ୍ୱରକ୍ତ ଦାତା ଦିବସ ଅବସରରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଶିକ୍ଷା ନିକେତନ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଏନଏସିର ଭାରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ l ବହୁ ରକ୍ତଦାତା ସ୍ଵେଛାକୃତ ରକ୍ତଦାନ କରିଥିଲେ l ଅନୁନ୍ୟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏଥିରେ ଡାକ୍ତର କେଦାର ନାଥ ପାଢ଼ୀ, ମେଡିକାଲର ଏଲ.ଟି.ଚିତ୍ତ ରଞ୍ଜନ ନାୟକଙ୍କ ସମେତ ଶିକ୍ଷା ନିକେତନର ସଭାପତି ରାଜ କିଶୋର ପାଢ଼ୀ, ଅନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l